Latest Odisha News

BREAKING NEWS

ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-1’: ସୂଚନା ଦେଲେ ଇସ୍ରୋ ମୁଖ୍ୟ ଏସ ସୋମନାଥ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-1’। ଏନେଇ ସୂଚନା ଦେଲେ ଇସ୍ରୋ ମୁଖ୍ୟ ଏସ ସୋମନାଥ । ବହୁପ୍ରତୀକ୍ଷିତ ମୁନ୍ ମିଶନ ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂର ମାତ୍ର କେଇ ଘଣ୍ଟା ମଧ୍ୟରେ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-1 ଲଞ୍ଚ କରାଯିବା ନେଇ ସମ୍ଭାବିତ ସମୟ ଘୋଷଣା କରିଛି ଇସ୍ରୋ । ସୂର୍ଯ୍ୟ ଅଧ୍ୟୟନ ପାଇଁ ଆରମ୍ଭ ହୋଇଥିବା ମିଶନ ଆସନ୍ତାମାସ ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ । ସମ୍ଭବତଃ ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ ।

ସୌରମଣ୍ଡଳର ସର୍ବାଧିକ ଉତପ୍ତ ନକ୍ଷେତ୍ର ‘ସୂର୍ଯ୍ୟ’କୁ ଅଧ୍ୟୟନ କରିବା ପାଇଁ ଏକ ମିଶନ ଆଦିତ୍ୟ L-1 ର ଲଞ୍ଚ ବିଷୟରେ ସୂଚନା ଦେଇ ISRO ମୁଖ୍ୟ ସୋମନାଥ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଯେ ଯଦି ସବୁକିଛି ଯୋଜନା ଅନୁଯାୟୀ ଶେଷ ହୁଏ, ତେବେ ସମ୍ଭବତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହି ମିଶନ ଆରମ୍ଭ ହେବ । ସୂର୍ଯ୍ୟ ଅଧ୍ୟୟନ ପାଇଁ ଆଦିତ୍ୟ L-1 ର ମିଶନର ପ୍ରକ୍ରିୟା ସବୁକିଛି ଯୋଜନା ଅନୁଯାୟୀ ଚାଲିଛି । ଏହି ଉତକ୍ଷେପଣ ହେବା ପରେ ଏକ ଆଲେପଟିକାଲ୍ କକ୍ଷପଥକୁ ଯିବ । ପରେ ସେଠାରୁ ଏହା ସୂର୍ଯ୍ୟର L-1 ପଏଣ୍ଟକୁ ଯାତ୍ରା କରିବ । ଏହି ଯାତ୍ରା ପ୍ରାୟ ୧୨୦ ଦିନ ଲାଗିବା ନେଇ ଏସ ସୋମନାଥ କହିଛନ୍ତି । ଏହା L-1 ପଏଣ୍ଟ ସୂର୍ଯ୍ୟକୁ ଅନୁଧ୍ୟାନ କରି ଇସ୍ରୋକୁ ତଥ୍ୟ ଦେବ ।

ଅନ୍ୟପଟେ ଗଗନଯାନର କାର୍ଯ୍ୟ ଜାରି ରହିଛି । ଆମେ କ୍ରୁ ମଡ୍ୟୁଲ୍ ଏବଂ କ୍ରୁ ଏସକେପ କ୍ଷମତା ପ୍ରଦର୍ଶନ କରିବାକୁ ସମର୍ଥ ହେବୁ । ସେପ୍ଟେମ୍ବର କିମ୍ବା ଅକ୍ଟୋବର ଶେଷ ସୁଦ୍ଧା ଏକ ମିଶନ ଆରମ୍ଭ କରିବୁ । ୨୦୨୫ ସୁଦ୍ଧା ପ୍ରଥମ ମାନବ ମହାକାଶ ଯାନ ପ୍ରେରଣ ଯୋଜନା ରହିଛି ବୋଲି କହିଛନ୍ତି ଏସ ସୋମନାଥ ।

 

Leave A Reply

Your email address will not be published.