Latest Odisha News

BREAKING NEWS

ମ୍ୟୁଜିକ୍ ମାଫିଆ ମୁଦ୍ଦା: ସୋନୁଙ୍କ ସପକ୍ଷରେ ମୁହଁ ଖୋଲିଲେ ଅଦନାନ ସାମି

ମୁମ୍ବାଇ : ଗାୟକ ସୋନୁ ନିଗମ ଇଣ୍ଡଷ୍ଟ୍ରିର ମ୍ୟୁଜିକ୍ ମାଫିଆ ମୁଦ୍ଦା ଉଠାଇ ବଲିଉଡରେ ହଲଚଲ ସୃଷ୍ଟି କରିଛନ୍ତି । ସୋନୁ ନିଗମଙ୍କ ବୟାନ ପରେ ଆଦନାନ୍ ସାମି  ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଏହାକୁ ଗମ୍ଭୀରତାର ସହ ନେବା ଉଚିତ୍ ।  ସାମି କହିଛନ୍ତି କି କ୍ରିଏଟିଭିଟିକୁ କଣ୍ଟ୍ରୋଲ କରିବା ପାଇଁ କାହିଁକି ଚେଷ୍ଟା କରାଯାଉଛି । ତାହା ପୁଣି ସେମାନଙ୍କ ଦ୍ୱାରା ଯେଉଁମାନଙ୍କୁ କ୍ରିଏଟିଭିଟି ସମ୍ପର୍କରେ କିଛି ଜଣା ନାହିଁ ।

ସେ ଏହା ମଧ୍ୟ ଲେଖିଛନ୍ତି କି ଭଗବାନଙ୍କ ପାଇଁ ଏ ସବୁ ରୋକନ୍ତୁ ଏବଂ ଅସଲି ଟାଲେଣ୍ଟ ଓ ଫେମସ କଳାକାରମାନଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅନ୍ତୁ । ଯେଉଁମାନେ ଇତିହାସରୁ କିଛି ବି ଶିଖି ନାହାଁନ୍ତି ସେମାନେ ଆର୍ଟ ଓ କ୍ରିଏଟିଭିଟି କଣ୍ଟ୍ରୋଲ କରିପାରିବେନି । ସେ ଆଗକୁ ଲେଖିଛନ୍ତି ଯେ ବାସ୍ ଏବେ ବହୁତ ହେଇଗଲା । ଯେମିତି କି ଆବ୍ରାହମ୍ ଲିଙ୍କନ କହିଥିଲେ କି ଆପଣ କିଛି ଲୋକଙ୍କୁ କିଛି ସମୟ ପାଇଁ ମୁର୍ଖ ବନାଇ ପାରିବେ କିନ୍ତୁ ଆପଣ ସବୁ ଲୋକଙ୍କୁ ସବୁଦିନ ପାଇଁ ମୁର୍ଖ ବନାଇ ପାରିବେନି ।

Leave A Reply

Your email address will not be published.