Latest Odisha News

ବଢ଼ିଚାଲିଛି ଧଳା ଜହର ବେପାର, ଜବତ ହେଲା ୧ କେଜିରୁ ଅଧିକ ବ୍ରାଉନସୁଗର

ଟାଙ୍ଗୀ: ରାଜ୍ୟରେ ବଢ଼ି ଚାଲିଛି ବ୍ରାଉନସୁଗର ବେପାର । ବ୍ରାଉନସୁଗର ବେପାରୀଙ୍କ ଉପରେ ପୁଣି ଥରେ ଛାପା ମାରିଛି ସ୍ପେଶାଲ ଟାସ୍କଫୋର୍ସ । ୧୬ ନମ୍ବର ଜାତୀୟ ରାଜପଥ ନିକଟ ଟାଙ୍ଗି ଛକ ଠାରେ ମାଫିଆକୁ ଗିରଫ କରିବା ସହ ୧ କେଜି ୪୩ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ସଫିକୁଲ ଏସ୍.କେ ଓରଫ ଖୋକନକୁ କାବୁ କରିଛି ଏସ୍ ଟିଏଫ ।

ଅଭିଯୁକ୍ତର ସଫିକୁଲ ଘର ପଶ୍ଚିମବଙ୍ଗ ସ୍ଥିତ ମୁର୍ଶିଦାବାଦ ବୋଲି ଜଣାପଡିଛି । ତାକୁ କେସ ନମ୍ବର ୩୫ରେ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି । ୨୦୨୦ରୁ ଆଜି ଯାଏଁ ନିଶା ବେପାର ବିରୋଧରେ ଦୃଢ଼ ଆକ୍ସନ ନେଇଛି ସ୍ପେଶାଲ ଟାସ୍କଫୋର୍ସ । ବର୍ତ୍ତମାନ ସୁଦ୍ଧା ୪୧କେଜି ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ୮୬ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି।

Leave A Reply

Your email address will not be published.