Latest Odisha News

BREAKING NEWS

ନର୍କରୁ ସ୍ୱର୍ଗ: ବେଲଜିୟମ ବିମାନ ବନ୍ଦରରେ କୁନି ଝିଅର ଖୁସି ଏବେ ଚର୍ଚ୍ଚାରେ

ବ୍ରସଲ୍ସେ: ତାଲିବାନ ଅଧିକୃତ ଆଫଗାନିସ୍ତାନ ଏବେ ଅନେକଙ୍କ ପାଇଁ ନର୍କ ପାଲଟି ଯାଇଛି । ଆଉ ଏଥିରୁ ମୁକୁଳିଯାଇଥିବା ଲୋକେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ତାଲିବାନ ଭୟରେ କାବୁଲ ବିମାନବନ୍ଦରରେ ନ ଖାଇ ନ ପିଇ ପଡି ରହିଥିବା ଲୋକମାନଙ୍କର ଗୋଟିଏ ଚିନ୍ତା… କିପରି ନର୍କରୁ ମୁକ୍ତି ମୁକୁଳିବ । ଆତ୍ମଘାତୀ ଆକ୍ରମଣ ସତ୍ୱେ ଲୋକଙ୍କ ଭୀଡ ଲାଗି ରହିଛି । ସେମାନେ ମୃତ୍ୟୁ କୁ ବି ଭୟ କରୁ ନାହାନ୍ତି । ଏହି ଖବର ଭିତରେ ଏଠାରୁ ଖସି ଆସିଥିବା ଏକ ପରିବାରର ଫଟୋ ସୋସିଆଲ ସାଇଟରେ ଭାଇରାଲ ହୋଇଛି । ବେଲଜିୟମ ବିମାନ ବନ୍ଦରରେ ପାଦ ଦେବା ପରେ ବାପା, ମାଆଙ୍କ ପଛରେ ଛୋଟ ଝିଅଟିର ଖୁସିରେ ଡେଇଁ ଡେଇଁ ଆସିବା ଏକ ଫଟୋ ଅନେକଙ୍କୁ ମାନସିକ ଶାନ୍ତି ଦେଇଛି । ଏପରି କି କେତେକ ଏହାକୁ ଶତାବ୍ଦୀର ଶ୍ରେଷ୍ଠ ଫଟୋ ବୋଲି କହୁଛନ୍ତି ।

ବେଲଜିୟମର ପୂର୍ବତନ ପ୍ରଧାନମନ୍ତ୍ରୀ ଗାୟ ବେୟରହୋଫାଷ୍ଟାଡାଟ ଶେୟାର କରିବା ସହ ବେଲଜିୟମକୁ ସ୍ୱାଗତ ବୋଲି ଲେଖିଛନ୍ତି । ଫଟୋଗ୍ରାଫର ଜୋହାନା ଗେରାନଙ୍କୁ ଏ ନେଇ ସେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.