Latest Odisha News

BREAKING NEWS

ଦୀପାବଳୀରେ କାହିଁକି ଜଳାଯାଏ ମାଟି ଦୀପ? ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ବ…

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଦିପାବଳୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ରୀତିନୀତି ଅନୁଯାୟୀ ଦେବୀ ଲକ୍ଷ୍ମୀ ଏବଂ ପ୍ରଭୁ ବିଘ୍ନବିନାଶକଙ୍କୁ ପୂଜା କରାଯାଏ । ଏହା ପୂର୍ବରୁ ଘକୁ ସୁଦ୍ଧପୂତ ଭାବେ ସଫା କରି ଲୋକମାନେ ନୂତନ ପୋଷାକ ପିନ୍ଧନ୍ତି । ରଙ୍ଗୋଲିରେ ସମଗ୍ର ଘରକୁ ସଜାନ୍ତି, ଏହା ପରେ ପରସ୍ପର ମଧ୍ୟରେ ସାହି ପଡିଶା ଓ ସମ୍ପର୍କୀୟ ମାନଙ୍କ ମଧ୍ୟରେ ମିଠା ମଧ୍ୟ ବଣ୍ଟନ କରାଯାଏ ।

ହିନ୍ଦୁ ଧର୍ମର ଅନ୍ୟ ବଡ ପର୍ବ ମାନଙ୍କ ମଧ୍ୟରେ ଦୀପାବଳୀ ମଧ୍ୟ ଗୋଟିଏ । କାର୍ତ୍ତିକ ମାସର ଅମାବାସ୍ୟା ଦିନ ଏହାକୁ ପାଳନ କରାଯାଏ । ଏହି ଦିନ ଲୋକମାନେ ନିଜ ଘରକୁ ମାଟି ଦୀପରେ ସଜାନ୍ତି । କିନ୍ତୁ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି କେବଳ ଦୀପାବଳୀରେ ହିଁ କାହିଁକି କେବଳ ମାଟି ଦୀପ ପ୍ରଜ୍ୱଳିତ କରାଯାଏ । ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ ।

ଦୀପାବଳି ପାଳନ କରିବାର କାରଣ କ’ଣ?

ପୌରାଣିକ ବିଶ୍ୱାସ ଅନୁଯାୟୀ, ମର୍ଯ୍ୟଦା ପୁରୁଷ ପ୍ରଭୁ ଶ୍ରୀରାମ ଚଉଦ ବର୍ଷ ଧରି ବନବାସ ସାରି ହେବା ପରେ ଅଯୋଧ୍ୟାକୁ ଫେରିଥିଲେ । ଏହି ଅବସରରେ ପ୍ରଭୁ ଶ୍ରୀରାମ, ଭାଇ ଲକ୍ଷ୍ମଣ ପତ୍ନୀ ଦେବୀ ସୀତୀଙ୍କୁ ସ୍ବାଗତ କରିବା ନେଇ ଅଯୋଧ୍ୟାବାସୀ ଦୀପ ଜାଳିବା ସହ ରଙ୍ଗୋଲି ତିଆରି କରି ଆନନ୍ଦରେ ସ୍ୱାଗତ କରିଥିଲେ । ଏହି ଦିନ ସମଗ୍ର ଅଯୋଧ୍ୟା ନଗରୀ ଦୀପର ଆଲୋକରେ ଆଲୋକିତ ହୋଇଥିଲା । ଆଉ ସେହିଦିନ କାର୍ତ୍ତିକ ମାସର ଅମାବାସ୍ୟା ଥିଲା । ତେଣୁ ସେବେଠାରୁ ହିଁ କାର୍ତ୍ତିକ ଅମାବାସ୍ୟାରେ ଦୀପାବଳୀ ପର୍ବ ପାଳନ ହେବା ଆରମ୍ଭ ହୋଇଥିଲା । ଏହି ଦିନ ଧନର ଦେବୀ ଲକ୍ଷ୍ମୀଙ୍କ ସହ ଭଗବାନ ଗଣେଶ ଏବଂ ଦେବୀ ସରସ୍ୱତୀଙ୍କୁ ମଧ୍ୟ ପୂଜା କରାଯାଏ ।

ଦୀପାବଳୀରେ କାହିଁକି ଜାଳନ୍ତି ମାଟି ଦୀପ?

ମାଟି ଦୀପ ଜାଳିବା ପଛରେ ଅନେକ କାରଣ ରହିଛି । ପ୍ରଥମ କାରଣ ହେଉଛି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ମାଟି ଏବଂ ସ୍ଥଳର କାରକ ବୋଲି ବିବେଚନା କରାଯାଏ । ସୋରିଷ ତେଲ ଶନି ଗ୍ରହ ସହିତ ଜଡିତ । ମାଟି ଦୀପରେ ସୋରିଷ ତେଲ ପକେଇ ଜାଳିଲେ ଉଭୟ ମଙ୍ଗଳ ଏବଂ ଶନି ଅଧିକ ଶକ୍ତିଶାଳୀ ହୁଅନ୍ତି । ଯେଉଁଥିପାଇଁ ଉଭୟ ଶୁଭ ଫଳ ଦେଇଥାନ୍ତି । କାରଣ ଯଦି ଜଣେ ବ୍ୟକ୍ତିର ମଙ୍ଗଳ ଏବଂ ଶନି ଶକ୍ତିଶାଳୀ ତେବେ ସେ ଟଙ୍କା, ଧନ, ସୁଖ ଏବଂ ଦାମ୍ପତ୍ୟ ଜୀବନରେ ସମସ୍ତ ସୁଖ ପାଆନ୍ତି ।

ଚାପରୁ ମୁକ୍ତି ମିଳେ, ସକରାତ୍ମକ ଶକ୍ତି ବୃଦ୍ଧିପାଏ…

ମାଟି ଦୀପ ଜାଳିବା ଦ୍ବାରା ସକରାତ୍ମକ ଶକ୍ତି ବୃଦ୍ଧି ପାଏ । ଯାହା ଜୀବନରେ ସୁଖ ଶାନ୍ତି ବଜାୟ ରଖେ । ମାଟି ଦୀପ ପଞ୍ଚ ତତ୍ତ୍ବର ଏକ ପ୍ରତିନିଧିତ୍ୱ ଭାବରେ ବିବେଚନା କରାଯାଏ । ବାସ୍ତବରେ ମାଟି ଦୀପରେ ସବୁକିଛି ମିଳିଥାଏ । ଦୀପ ମାଟି ଏବଂ ପାଣିରେ ତିଆରି । ଏହାକୁ ଜାଳିବା ପାଇଁ ଅଗ୍ନି ଆବଶ୍ୟକ ଏବଂ ବାୟୁ ଯୋଗୁଁ ନିଆଁ ଜଳିବା ଆବଶ୍ୟକ । ଏହି କାରଣ ଯୋଗୁଁ ଦୀପାବଳୀର ଶୁଭ ଅବସରରେ କେବଳ ମାଟି ଦୀପ ଜଳାଯାଏ ।

Leave A Reply

Your email address will not be published.