Latest Odisha News

BREAKING NEWS

୫ ମିନିଟ ମଧ୍ୟରେ ବିକ୍ରି ହୋଇଗଲା ଭାରତ-ପାକ ବିଶ୍ୱକପ ଟି୨୦ ମ୍ୟାଚର ଟିକେଟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଆଉ ୮ ମାସ ସମୟ ରହିଛି । ମେଲବୋର୍ଣ୍ଣରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲା ପାଇଁ ମଙ୍ଗଳବାର ମାତ୍ର ୫ ମିନିଟ ମଧ୍ୟରେ ସମସ୍ତ ଟିକେଟ ବିକ୍ରି ହୋଇ ଯାଇଥିଲା । ଭାରତ ଏବଂ ପାକିସ୍ତାନ ଉଭୟ ଟିମ ଗ୍ରୁପ ୨ରେ ସ୍ଥାନ ପାଇଛନ୍ତି । ଏହା ବ୍ୟତୀତ ଅଷ୍ଟ୍ରେଲିଆର ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ମୁକାବିଲାର ଟିକେଟ ମଧ୍ୟ ଦ୍ରୁତ ବେଗରେ ବିକ୍ରି ହୋଇଛି ।

BjdElectrycity

ଗତ ବିଶ୍ୱକପରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ପରାସ୍ତ କରିଥିଲା । ଆଇସିସି ବିଶ୍ୱକପର ଏ ପର୍ଯ୍ୟନ୍ତ ୨ ଲକ୍ଷ ଟିକେଟ ବିକ୍ରି ହୋଇଛି । ଏଥିରୁ ସର୍ବାଧିକ ୬୦ ହଜାର ଟିକେଟ ଭାରତ-ପାକ ମ୍ୟାଚର ରହିଛି ।

Comments are closed, but trackbacks and pingbacks are open.