Latest Odisha News

BREAKING NEWS

ପାକିସ୍ତାନ ଚୟନ କମିଟି ମୁଖ୍ୟ ହେଲେ ଆଫ୍ରିଦି

ଲାହୋର: ପୂର୍ବତନ ଅଲରାଉଣ୍ଡର ଶାହୀଦ ଆଫ୍ରିଦିଙ୍କୁ ଶନିବାର ପାକିସ୍ତାନ ଚୟନ କମିଟି ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। କମିଟିରେ ଅବଦୁଲ ରଜାକ, ରାଓ ଇଫତିକାର ଅହମ୍ମଦ ଓ ହାରୁନ ରଶିଦଙ୍କୁ ସ୍ଥାନ ମିଳିଛି । ଏହି ଚୟନ କମିଟି ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ପାଇଁ ଦଳ ଚୟନ କରିବେ । ଏହି ସିରିଜରେ ୨ଟି ଟେଷ୍ଟ, ୩ ଦିନିକିଆ ଖେଳାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୪ମାସ ପାଇଁ ଆଫ୍ରିଦି ଆଣ୍ଡ ଟିମକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଡିସେମ୍ବର ୨୦୨୦ରୁ ଏହି ଦାୟିତ୍ୱ ତୁଲାଇ ଆସୁଥିବା ମହମ୍ମଦ ୱାସିମଙ୍କୁ ହଟାଯାଇ ଆଫ୍ରିଦୀଙ୍କୁ ସୁଯୋଗ ଦିଆଯାଇଛି ।

ଆନ୍ତର୍ଜାତୀୟ କ୍ରିକେଟରେ ଆଫ୍ରିଦିଙ୍କ ୨୦ ବର୍ଷର ଅଭିଜ୍ଞତା ଜାତୀୟ ଦଳକୁ ଫାଇଦାରେ ରଖିବ ବୋଲି ପିସିବି ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଏସିଆ କପ୍ ଏବଂ ଟି୨୦ ବିଶ୍ୱକପରେ ପାକିସ୍ତାନର ପ୍ରଦର୍ଶନ ନେଇ ବୋର୍ଡ ଏବଂ ପ୍ରଶଂସକ ଅସନ୍ତୁଷ୍ଟ ରହିଥିଲେ । ଚୟନ କମିଟିର ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ଟିମ ଚୟନ କରାଯିବ ବୋଲି ଆଫ୍ରିଦୀ କହିଛନ୍ତି ।

 

Leave A Reply

Your email address will not be published.