Latest Odisha News

BREAKING NEWS

ଶୁଟିଂ ସେଟରେ ଆତ୍ମହତ୍ୟା କଲେ ଟିଭି ଅଭିନେତ୍ରୀ ତୁନୀଷା

ମୁମ୍ବାଇ: ଉଦୀୟମାନ ଟିଭି ତାରକା ତୁନୀଷା ଶର୍ମା ଶନିବାର ଶୁଟିଂ କରୁଥିବା ସେଟରେ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ୨୦ ବର୍ଷୀୟ ତୁନୀଷା ଏଠାରେ ଏକ ମ୍ୟୁଜିକ ଭିଡିଓର ଶୁଟିଂ କରୁଥିଲେ । ସେଟରେ ସବୁ କିଛି ଠିକ ଠାକ ଥିଲା । ହଠାତ ସେ କାହିଁକି ଏ ଭଳି ପଦକ୍ଷେପ ଗ୍ରହଣ କଲେ ତାହା ବୁଝା ପଡି ନାହିଁ । ସେଠାରେ ଉପସ୍ଥିତ ବ୍ୟକ୍ତିମାନେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ଆତ୍ମହତ୍ୟାର ୫ ଘଂଟା ପୂର୍ବରୁ ସେ ଇନଷ୍ଟାଗ୍ରାମରେ ତାଙ୍କର ଫଟୋ ଏବଂ କିଛି ଲେଖା ଶେୟାର କରିଥିଲେ ।

BjdElectrycity

ତାଙ୍କ ଶେଷ ପୋଷ୍ଟରେ ସେ ଲେଖିଥିଲେ ଜୋ ଆପନା ପ୍ୟାଶନ ଫଲୋ କରତେ ହୈ ୱ କଭି ରୁକତେ ନେହି । ସୂଚନାଯୋଗ୍ୟ, ଫିତୁର ଫିଲ୍ମରେ ସେ କ୍ୟାଟ୍ରିନା କୈଫଙ୍କ ପିଲାବେଳ ଓ ଅଲୀବାବା ଦାସ୍ତାନେ କାବୁଲ ରେ ଶେହଜାଦୀ ମାରିୟମଙ୍କ ଭୂମିକା କରିଥିଲେ । କାହାନୀ ୨, ଦବଙ୍ଗ ୩ ଫିଲ୍ମରେ ସେ ମଧ୍ୟ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।

Leave A Reply

Your email address will not be published.