Latest Odisha News

BREAKING NEWS

ଚୁକ୍ତିର ୫ ବର୍ଷ ପରେ ରେଳ କାମ ନେଇ ସର୍ଭେ

ମାଲକାନଗିରି : ପୁଣି ଥରେ ହଜିଯାଇଥିବା ଆଶା ଉଦଜୀବୀତ ହୋଇଛି । ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଅଧା ଅନୁଦାନରେ ତିଆରି ହେବାକୁ ଯାଉଛି ଜୟପୁର ମାଲକାନଗିରି ରେଳ ଲାଇନ୍ । ହେଲେ ଏହା ଭିତରେ ୫ ବର୍ଷ ବିତିଗଲାଣି । ଲୋକଙ୍କର ରେଳରେ ବସିବା ସ୍ୱପ୍ନ ବି ଏହା ଭିତରେ ମଉଳି ଗଲାଣି । ଅର୍ଥ ମଞ୍ଜୁର ହୋଇଛି ମାତ୍ର ଅଧାରରେ ଝୁଲି ରହିଛି ରେଳ କାମ । ସବୁ ପ୍ରତୀକ୍ଷାର ଅନ୍ତ ଘଟିଥିଲା ଯେତେବେଳେ ରାଜ୍ୟ ପରିବହନ ବିଭାଗ ଓ କେନ୍ଦ୍ର ରେଳ ବିଭା ମଧ୍ୟରେ ହୋଇଥିଲା ଚୁକ୍ତି । ଆଉ ୫ ବର୍ଷ ପରେ ମାଲକାନଗିରିରେ ଇଷ୍ଟକୋଷ୍ଟର ରେଳ ବିଭାଗ ଅଧିକାରୀ ପହଞ୍ଚି ସର୍ଭେ କରିଛନ୍ତି ।

ଇଷ୍ଟ କୋଷ୍ଟ ରେଲୱେ ଓ ମାଲକାନଗିରି ରାଜସ୍ବ ବିଭାଗ ତରଫରୁ ମିଳିତ ଭାବେ ସର୍ଭେ କାମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ତହସିଲର ସିନ୍ଧ୍ରି ମାଳ ଓ ମାଲକାନଗିରି ଆର.ଆଇ ସର୍କଲ ଅଧିନରେ ଆସୁଥିବା ୧୩ ଟି ରାଜସ୍ବ ଗ୍ରାମରେ ଆଜି ଠାରୁ ଜମି ଅଧିକରଣ କରିବା ଲାଗି କାର୍ଯ୍ୟ ଆରମ୍ଭ ହୋଇଛି । ରେଳ ଷ୍ଟେସନ ସହ କେଉଁଠି କେତେ ଜଙ୍ଗଲ ଜମି, କେତେ ପଟ୍ଟା ଜମା ଓ କେତେ ସରକାରି ଜମି ରେଲୱେ ବିଭାଗକୁ ଆବଶ୍ୟକ ହେବ ତାହା ଗ୍ରାଉଣ୍ଡ ଜିରୋରେ ସର୍ଭେ କରୁଛନ୍ତି ନିଜେ ତହସିଲହାର ।

ପ୍ରତି ନିର୍ବାଚନରେ ଲୋକଙ୍କୁ ମିଳୁଛି ପ୍ରତିଶୃତି ଆଉ ଏହାରି ଭିତରେ ଦଶନ୍ଦି ପରେ ଦଶନ୍ଦି ବିତି ଯାଇଛି ହେଲେ ମାଲକାନଗିରି ପର୍ଯ୍ୟନ୍ତ କିନ୍ତୁ ପହଞ୍ଚି ପାରି ନାହି ରେଳ ଲାଇନ । ହେଲେ ଏବେ ସର୍ଭେ ଆରମ୍ଭ ହେବା ପରେ ଲୋକଙ୍କ ମନରେ କିଛିଟା ଆଶା ସଂଚାର ହୋଇଛି । ତେବେ କେବେ ଆରମ୍ଭ ହେବ ରେଳ ଲାଇନର କାମ ତାହାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି ।

 

 

 

 

Leave A Reply

Your email address will not be published.