Latest Odisha News

BREAKING NEWS

ଭଜନର ଧୁନରେ ମସଗୁଲ ଜଙ୍ଗଲୀ ଭାଲୁ

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି । ତେବେ ଆଜି ଆସନ୍ତୁ ଦେଖିବା ଜଙ୍ଗଲରେ ରହୁଥିବା ଜଣେ ସାଧୁ ଓ ହିଂସ୍ର ଜଙ୍ଗଲୀ ଭାଲୁକୁ ନେଇ ଏମିତି ଏକ ରହସ୍ୟମୟ ଘଟଣା ।

ଭଜନ ଆଉ ଗୀତର ଧୁନ୍‌ରେ ବିମୋହିତ ହିଂସ୍ର ଜନ୍ତୁ । ମଣିଷ ମାରି ଖାଇଯାଉଥିବା ଜଙ୍ଗଲୀ ଭାଲୁ ବି ଶେଷରେ ମାନିଛି ପୋଷା । ଯେତେବେଳେ ଭଜନ ଆଉ କେନ୍ଦରାର ଧୁନ୍ ଶୁଣାଯାଏ ସେତେବେଳେ କେଉଁଠୁ କେଜାଣି ଚାଲି ଆସନ୍ତି ଭାଲୁ । ଆଉ ହିଂସ୍ର ନୁହେଁ ନିରୀହ ଜୀବ ଭଳି ସେହି ଧୁନ୍‌ରେ ନିଜକୁ ମସଗୁଲ କରିଦିଅନ୍ତି ।ଏହି ଘଟଣା ବିଶ୍ୱାସ ନହେଲେ ବି ସତ । ମଧ୍ୟପ୍ରଦେଶ ସହଡୋଲ ଜିଲ୍ଲାର ଖଡଖୋର ଜଙ୍ଗଲ । ଅଗନି ବନସ୍ତ । ଯେଉଁଠି ରହୁନ୍ତି ବହୁ ହିଂସ୍ର ଜନ୍ତୁ । ଗାଁର ଲୋକେ ବି ହିଂସ୍ର ଜନ୍ତୁ ଭୟରେ ପାଖଦେଇ ଯାନ୍ତି ନାହିଁ । ବହୁବାର ଭାଲୁ ଆକ୍ରମଣରେ ଲୋକଙ୍କର ମୃତ୍ୟୁ ମଧ୍ର ହୋଇଛି । ହେଲେ ସେହି ଜଙ୍ଗଲ ଭିତରେ ରାଜୱାଡା ରାମବନ ଆଶ୍ରମ । ଆଉ ସେଠାରେ ଦେଖିବାକୁ ମିଳିଛି ଏହି ରହସ୍ୟ ଜନକ ଘଟଣା ।

ଏକ ଛୋଟ କୁଡିଆ ଯେଉଁଠି ରୁହନ୍ତି ଜଣେ ସାଧୁ । ଖାଲି ସାଧୁ ନୁହନ୍ତି ସେଠାରେ ପ୍ରାୟ ସମୟ ଜଙ୍ଗଲୀ ଭାଲୁ ଦେଖିବାକୁ ମିଳିଥାନ୍ତି । ଯେଉଁ ଭାଲୁ ସାଧାରଣ ଲୋକଙ୍କୁ ଆକ୍ରମଣ କରନ୍ତି ସେମାନେ କିନ୍ତୁ ସାଧୁ ବାବାଙ୍କ ପାଖରେ ନତ ମସ୍ତକ ହୋଇ ଶୋଇଥାନ୍ତି । ଭଜନ ସହିତ କେନ୍ଦରାର ଧୁନ୍‌ରେ ବିମୋହିତ ହୋଇଯାନ୍ତି ଏହି ହିଂସ୍ର ଜନ୍ତୁ ।

ରାତି ପାହିଲେ ରାମ ଭଜନର ଧୁନରେ ମସଗୁଲ ଜଙ୍ଗଲୀ ଭାଲୁ ଚାଲି ଆସନ୍ତି ବାବାଙ୍କ ନିକଟକୁ । ଆଉ ସେହି ଧୂନ୍‌ରେ ନିଜକୁ ହଜାଇ ଦିଅନ୍ତି । କେବଳ ଦିନରେ ନୁହେଁ ରାତିରେ ବି ଧୁନ୍ ଶୁଣିବାକୁ ଭଲ ପାନ୍ତି ସୋମନେ ।

ଦିନ ରାତି ଯେତେବେ ଭଜନ ଆରମ୍ଭ ହୁଏ ସେତେବେ ଏମାନେ ଦେଖିବାକୁ ମଳିଥାନ୍ତି । ଆଉ ସାଧୁବାବଙ୍କ ପାଖରେ ନିଜକୁ ହଜାଇ ଦିଅନ୍ତି । ଭାଲୁ ଗୁଡିକ କେବଳ ସାଧୁବାବଙ୍କ ପାଖରେ ଭଜନ ଶୁଣିଶୋଇଥାନ୍ତି । ହଲେ ବାହାର କୌଣସି ବ୍ୟକ୍ତିଙ୍କୁ ଦେଖିଲେ ଆକ୍ରମଣ କରି ଗୋଡାନ୍ତି । ଲୋକେ ବି ଭୟରେ କେହି ପାଖକ ଯାନ୍ତି ନାହିଁ ।

ତେବେ କେନ୍ଦରା ଧୁନରେ ବିମୋହିତ ଏହି ଭାଲୁ ଗୁଡିକ ଗୀତ ଭଜନ ଶେଷ ହୋଇଗଲେ ପୁଣି କେଉଁଆଡେ ଚାଲିଯାନ୍ତି । ଆଉ ରାତି ପାହିଲେ କେନ୍ଦରା ଧୂନ୍ ଶୁଣି ସାଧୁ ବାବାଙ୍କ ପାଖକୁ ଚାଲି ଆସନ୍ତି ।  ରୀତିମତ ଭାବେ ଚାଲିଛି ଭାଲୁଙ୍କ ଭଜନ ଶୁଣିବା । ହେଲେ ଏହିଭଳି ହିଂସ୍ର ଜନ୍ତୁ କିଭଳି ଭଜନ ରାମନାମ ଧୁନରେ ବିମୋହିତ ହୋଇ ଆସୁଛନ୍ତି ଆଉ ଚାଲିଯାଉଛନ୍ତି ତାହା ରହସ୍ୟମୟ ହୋଇପଡିଛି । ଏହା ସାଧୁଙ୍କ ରାମନାମର କିଛି ଚମତ୍କାର ନା ଏନେଇ ଆଉ କିଛି ରହସ୍ୟ ରହିଛି ତାହା ଜାଣିବା ସମସ୍ତଙ୍କ ପାଇଁ ଯେମିତି ପ୍ରଶ୍ନବାଚୀ ସୃଷ୍ଟି କରିଛି । . . .

Leave A Reply

Your email address will not be published.