Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ପେଟ୍ରୋଲ ପ୍ରେମକଥା

ଆନ୍ଦୋଳନ 

ପେଟ୍ରୋଲ ଡିଜେଲ ଦର ପ୍ରତିଦିନ
ଅଧିକ ଅଧିକ ବଢୁଛି;
ଏହା ଦେଖିକରି ଖାଉଟି ବିଚରା
ଗାଳିମନ୍ଦ କରି ରଡୁଛି!

ଦିନୁଁଦିନ କିନ୍ତୁ ରାସ୍ତାରେ ଅଧିକ
ନୂଆନୂଆ ଗାଡି ଗଡୁଛି;
ପ୍ରତିବାଦ କରି ରାଗରେ ମଣିଷ ବୋଧେ
ପେଟ୍ରୋଲ ଓ ଡିଜେଲ ପୋଡୁଛି!!

କନ୍ୟା ସୁରକ୍ଷା

ରାତିଅଧିଆ ପେଟ୍ରୋଲର ଦର
ବଢୁଚି ଏମିତି;
ବଢିଲା ଝିଅଙ୍କ ସୁରକ୍ଷା ପାଇଁ ଇଏ ଗୋଟେ
ଗୋଟେ ସୁଚିତିନ୍ତିତ ଯୋଜନା ଯେମିତି!

ବଡି ଭୋରରୁ ଉଠେଇ ନେବାକୁ
ଟୋକା ଯେତିକି ଟଙ୍କା ରଖିଥିବ;
ସକାଳ ପାହିଲା ବେଳକୁ ଦରବୃଦ୍ଧି କାରଣରୁ
ଅଧାବାଟରେ ପେଟ୍ରୋଲ ସରିଯିବ!!

ଦେଶପ୍ରେମ
ତୈଳଦର ବୃଦ୍ଧି ଆମ ଦେଶରେ
ଦାରିଦ୍ର୍ୟ ଦୂରୀକରଣରେ ସହାୟକ;
ଦରକୁ ଡରି କଳ ଲଙ୍ଗଳରେ
ଚାଷତ୍ୟାଗ କରନ୍ତି ଅନେକ କୃଷକ!

ବାସ୍ କୃଷି ପରି କ୍ଷତିକାରକ ବୃତ୍ତିକୁ
ଛାଡି ଚାଷୀଏ ଦାଦନ ଯାଆନ୍ତି;
ସରକାର ବାହାଦୂର ଚାଷୀ
ଆତ୍ମହତ୍ୟା ଅପବାଦରୁ ମୁକ୍ତି ପାଆନ୍ତି!!

ଭକ୍ତ ଭାବନା

ଜଣେ ଭକ୍ତ କହୁଥିଲେ କରୋନା ଟୀକା
ସର୍କାର ଯେଣୁ ମାଗଣାରେ ଦେଵେ;
ତେଣୁ ସେ କ୍ଷତିକୁ ଭରଣା କରିବାକୁ
ତୈଳରେ ଟିକସ ଅଲବତ ବଢାଇବେ!

ଚୀନ୍ ଓ ପାକିସ୍ଥାନ ସହ ନିୟମିତ
ତେରିମେରି ପାଇଁ;
ଗରମ କରିବାକୁ ହୁଏ ଦେଶବାସୀଙ୍କୁ
ତୈଳଦରରେ ନିଆଁ ଲଗାଇ!!

ଯାହାକୁ ବାଧୁଛି
ସିଏ ଗାଡି ଚଳାଅନା,
ପାକିସ୍ଥାନରେ ତେବେ ଶସ୍ତା
ତେବେ ସେଠିକୁ ପଳାଅନା!!!

Leave A Reply

Your email address will not be published.