Latest Odisha News

BREAKING NEWS

ଛୁଟିରେ ଯିବା ପଡିଲା ମହଙ୍ଗା: ଛୁଟିରେ ଥିବା ୨୫ କ୍ରିଉ ମେମ୍ବରଙ୍କୁ ଚାକିରିରୁ ବିଦା କଲା ଏୟାରଇଣ୍ଡିଆ ଏକ୍ସପ୍ରେସ୍

ନୂଆଦିଲ୍ଲୀ:  ଛୁଟିରେ ଯିବା ପଡିଲା ମହଙ୍ଗା । ଆକ୍ସନ ମୁଡକୁ ଆସିଲା ଏୟାରଇଣ୍ଡିଆ ଏକ୍ସପ୍ରେସ୍ । ଅସୁସ୍ଥତା ଦର୍ଶାଇ  ଛୁଟିରେ ଥିବା ୨୫ କ୍ରିଉ ମେମ୍ବରଙ୍କୁ ଚାକିରିରୁ ବିଦା କଲା ଏୟାରଇଣ୍ଡିଆ ଏକ୍ସପ୍ରେସ୍ ।

ଏଥିସହ ଏହି ବିବାଦର ସମାଧାନ ପାଇଁ ତୁରନ୍ତ ଏୟାରଇଣ୍ଡିଆ ଏକ୍ସପ୍ରେସ୍ ଅନ୍ୟ କ୍ରିଉ ମେମ୍ବରଙ୍କ ସହ ଜରୁରୀ ବୈଠକ ଡାକିଛି । ଯାତ୍ରୀ ଓ କମ୍ପାନୀ ଭୋଗୁଥିବା ଅସୁବିଧା ପାଇଁ ଏହି ଜରୁରୀ ବୈଠକ ଡାକିଲା ଏୟାରଇଣ୍ଡିଆ । ଏଥିସହ ତୁରନ୍ତ ରିପୋର୍ଟ ଦେବାକୁ ବେସାମରିକ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି ।ହଠାତ୍ ଅସୁସ୍ଥତା ଦର୍ଶାଇ ଏକା ସଙ୍ଗେ  ଶତାଧିକ କ୍ରିଉ ମେମ୍ବର ସମୂହ ଛୁଟିରେ ଗତ ମଙ୍ଗଳବାର ରାତିରୁ ଯାଇଛନ୍ତି ।ସମୂହ ଛୁଟି ଯୋଗୁଁ କିଛି ଦିନ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ସେବା ବନ୍ଦ ରହିଛି । ଏଥିଯୋଗୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାକିରିରେ ଲାଗିଥିବା ନୂଆ ସର୍ତ୍ତକୁ ବିରୋଧ କରି କର୍ମଚାରୀମାନେ ଏପରି ସମୂହ ଛୁଟିରେ ଚାଲି ଯାଇଥିବା ଜଣାଯାଇଛି।

 

 

Leave A Reply

Your email address will not be published.