Latest Odisha News

BREAKING NEWS

ବିବାହିତ ମୁସଲିମ ବ୍ୟକ୍ତି’ଲିଭ୍-ଇନ୍ ରିଲେଶନ’ରେ ରହିବାକୁ ଦାବି କରିପାରିବେ ନାହିଁ: କୋର୍ଟ

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କହିଛନ୍ତି ଯେ, କୌଣସି ମୁସଲମାନ ବ୍ୟକ୍ତିଙ୍କର ପତ୍ନୀ ଥିବା ସତ୍ତ୍ଵେ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କ ସହ ‘ଲିଭ୍-ଇନ୍’ ସମ୍ପର୍କରେ ରହିବାର ଅଧିକାର ଦାବି କରିପାରିବେ ନାହିଁ। ଇସଲାମ ଏଭଳି ସମ୍ପର୍କକୁ ଅନୁମତି ଦିଏ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ।

ଏହି ଆଦେଶ ଜଷ୍ଟିସ୍ ଏ. ଆର ମାସୁଦି ଏବଂ ଜଷ୍ଟିସ ଏକେ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ସ୍ନେହା ଦେବୀ ଏବଂ ମହମ୍ମଦ ଶାଦାବ ଖାନଙ୍କ ଦ୍ଵାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରିଥିଲେ। ଏହି ଆବେଦନରେ ଉଭୟେ ଏହି ମାମଲାରେ ପଞ୍ଜୀକୃତ ହୋଇଥିବା ଏଫଆଇଆର୍ ବାତିଲ୍ କରିବାକୁ ଏବଂ ‘ଲିଭ୍-ଇନ୍ ରିଲେସନସିପ୍’ରେ ଥିବାବେଳେ ସେମାନଙ୍କୁ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଥିଲେ। ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ରୀତିନୀତି ଏବଂ ପରମ୍ପରା ଆଇନର ସମାନ ଉତ୍ସ ଏବଂ ସମ୍ବିଧାନର ଧାରା ୨୧ ଏଭଳି ସମ୍ପର୍କର ଅଧିକାରକୁ ସ୍ୱୀକୃତି ଦିଏ ନାହିଁ ଯାହା ରୀତିନୀତି ଏବଂ ପରମ୍ପରା ଦ୍ୱାରା ସୀମିତ। ଏହି ଟିପ୍ପଣୀ ସହିତ ଅଦାଲତ ସ୍ନେହା ଦେବୀଙ୍କୁ ତାଙ୍କ ପିତାମାତାଙ୍କ ନିକଟରେ ସୁରକ୍ଷିତ ପହଞ୍ଚାଇଦେବାକୁ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀଙ୍କ କହିବା ଅନୁସାରେ, ସେମାନେ ସାବାଳକ ଏବଂ ନିଜ ଇଚ୍ଛାରେ ସେମାନେ ‘ଲିଭ୍-ଇନ୍ ରିଲେସନସିପ୍’ରେ ରହୁଥିଲେ । ଏହା ସତ୍ତ୍ଵେ ମଧ୍ୟ ଝିଅର ଭାଇ ତାଙ୍କ ବିରୋଦ୍ଧରେ ଅପହରଣ ମାମଲା ରୁଜୁ କରିଥିଲେ । ଏହି ଆବେଦନରେ ଉକ୍ତ ଏଫଆଇଆରକୁ ଚ୍ୟାଲେଞ୍ଜ କରି ଆବେଦନକାରୀଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ ହସ୍ତକ୍ଷେପ ନକରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । ଶାଦାବଙ୍କ ବିବାହ ୨୦୨୦ ମସିହାରେ ଫରିଦା ଖାତୁନଙ୍କ ସହ ହୋଇଥିଲା । ତାଙ୍କର ଏକ ସନ୍ତାନ ମଧ୍ୟ ଅଛି । ଫରିଦା ବର୍ତ୍ତମାନ ତାଙ୍କ ପିତାମାତାଙ୍କ ସହ ମୁମ୍ବାଇରେ ରହୁଛନ୍ତି। ମାମଲାର ତଥ୍ୟ ଉପରେ ବିଚାର କରି କୋର୍ଟ କହିଛନ୍ତି ଯେ, ରୀତିନୀତି ଏବଂ ପରମ୍ପରା ଆଇନର ସମାନ ଉତ୍ସ ଏବଂ ସମ୍ବିଧାନର ଧାରା ୨୧ ଏଭଳି ସମ୍ପର୍କର ଅଧିକାରକୁ ସ୍ୱୀକୃତି ଦିଏ ନାହିଁ ଯାହା ରୀତିନୀତି ଏବଂ ପରମ୍ପରା ଦ୍ୱାରା ସୀମିତ।

 

Leave A Reply

Your email address will not be published.