Latest Odisha News

BREAKING NEWS

୨୪ ବର୍ଷ ବହୁ ପରିଶ୍ରମ କରିଛି, ବଣିଆ ହୋଇ ଖାଣ୍ଟି ସୁନାକୁ ଚିହିଁଲେ ନାହିଁ: ପ୍ରଭାତ ବିଶ୍ବାଳ

ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରୁ ବିତାଡ଼ିତ ହୋଇଥିବା କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ ରବିବାର ବିଜେପିରେ ସାମିଲ ହୋଇଛନ୍ତି । ବିଧିବଦ୍ଧ ଭାବେ ଦଳରେ ସାମିଲ ହେବା ପରେ ପ୍ରଭାତ କହିଛନ୍ତି ଯେ, ବିଜେଡି ପାଇଁ ୨୪ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରିଛି, ନିଷ୍ଠା ଦେଖାଇଛି, ହେଲେ କିଛି ଲାଭ ହେଲା ନାହିଁ ।

ମୁଁ ଭାବିଥିଲି ସୁନାକୁ ଚିହ୍ନିବେ କିନ୍ତୁ ମୋ ଆକଳନ ଭୁଲ ହୋଇଗଲା । ବଣିଆ ହୋଇ ସୁନା ଚିହିଁଲେ ନାହିଁ । ଖାଣ୍ଟି ସୁନାକୁ ଚିହ୍ନିଲା ନାହିଁ କିନ୍ତୁ ବିଳମ୍ବ ହେଉ ପଛେ ବିଜେପି ସୁନାକୁ ଚିହ୍ନିଲା ବୋଲି ପ୍ରଭାତ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସେ ଦୀର୍ଘ ବର୍ଷ ଧରି ସଂଗଠନର ପଛପଟେ ରହି କାମ କରିଛନ୍ତି । ୧୨ ବର୍ଷ ଜଣଙ୍କ ଦାୟିତ୍ୱରେ ପ୍ରଚ୍ଛଦପଟରେ ରହିଥିବା ବେଳେ ବାକି ୧୨ ବର୍ଷ ଆଉ ଜଣଙ୍କ ନେତୃତ୍ୱରେ ଦଳକୁ ମଜବୁତ କରିଥିଲେ । ସେତେବେଳେ ସମସ୍ତେ ତାଙ୍କ ଠାରୁ ସହଯୋଗ ନେଉଥିଲେ । “ଆଜି ମୁଁ ଏହି ବିଶାଳ ସଂଗଠନର ଜଣେ ସାଧାରଣ କର୍ମୀ ହୋଇପାରେ, କିନ୍ତୁ ବିଜେଡିର ଅନେକ ବଡ଼ ବଡ଼ ନେତାଙ୍କ ଜାତକ ମୋ ପାଖରେ ସୁରକ୍ଷିତ ଅଛି” ବୋଲି ପ୍ରଭାତ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଥିବା ସେ କହିଛନ୍ତି । ଓଡ଼ିଶା ଏବଂ ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ହିଁ ଏହାର ସବୁଠାରୁ ବଡ଼ ଉଦାହରଣ। ସେ କୌଣସି ପଦପଦବୀ ଆଶାରେ ନୁହେଁ, ବରଂ ଜଣେ ସାଧାରଣ ସୈନିକ ବା “ଗୁଣ୍ଡୁଚି ମୂଷା” ଭଳି ନିଷ୍ଠାର ସହ ବିଜେପି ସଂଗଠନ ପାଇଁ କାମ କରିବେ ।

Leave A Reply

Your email address will not be published.