Latest Odisha News

ପୁରୀ ବେଳାଭୂମିରୁ ଉଠାଦୋକାନୀଙ୍କୁ ଉଚ୍ଛେଦ ପ୍ରତିବାଦରେ ରାସ୍ତା ଅବରୋଧ

ପୁରୀ: ପୁରୀ ବେଳାଭୂମି ଓ ରାସ୍ତାର ଦୁଇପାଶ୍ୱର୍ର ଉଠାଦୋକାନୀ ଉଚ୍ଛେଦ କରାଯାଇଛି। ଦିଗବାରିଣୀ ଛକରୁ ହୋଟେଲ ସି ଗଲ ହାଇମାଷ୍ଟ ଲାଇଟ୍ ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ ହୋଇଛି। ହେଲେ ଥଇଥାନ ନକରି ତରବରିଆଭାବେ ଉଚ୍ଛେଦ କରାଯାଇଥିବାରୁ ଏହାକୁ ବିରୋଧ କରି ଉଠାଦୋକାନୀମାନେ ପୁରୀ ହୋଟେଲ ନିକଟରେ ଦୁଇଘଣ୍ଟା ଧରି ରାସ୍ତାରୋକ କରିଥିଲେ।

ଦିଗବାରିଣୀ ଛକରୁ ହୋଟେଲ ହନ୍ସ କୋକୋ ପାମ ପର୍ଯ୍ୟନ୍ତ ବେଳାଭୂମି ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଉଠାଦୋକାନୀ ରହିଛି। ବ୍ଲୁ ଫ୍ଲାଗ ବିଚ୍ ହେବା ସହ କରୋନା ପାଇଁ ପୂର୍ବରୁ ମଧ୍ୟ ଉଠାଦୋକାନୀଙ୍କ ଜୀବିକା ଉପରେ ପ୍ରଭାବ ପକାଇଥିଲା। ବର୍ତ୍ତମାନ ପୁରୀ ସମୂଦ୍ରକୂଳକୁ ଅବରୋଧମୁକ୍ତ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏହି ଉଚ୍ଛେଦ ଆରମ୍ଭ ହୋଇଛି। ଉଠାଦୋକାନୀଙ୍କୁ ନୋଟିସ୍ କରାଯାଇ ଉଚ୍ଛେଦ କରାଯାଇଛି।

ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ହଠାତ୍ ତରବରିଆଭାବେ ଉଠାଦୋକାନୀଙ୍କୁ ବେଳାଭୂମିରୁ ହଟାଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଉଠାଦୋକାନୀମାନେ ଦୀର୍ଘ ସମୟ ଧରି ନୂଆ ମେରାଇନ ଡ୍ରାଇଭ ରାସ୍ତାକୁ ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୌର ଏନଫୋର୍ସମେଣ୍ଟ ଅଧିକାରୀ, ଅତିରିକ୍ତ ଏସପି, ସିଟି ଡ଼ିଏସପି ଓ ସମୂଦ୍ରକୂଳ ଥାନା ଅଧିକାରୀଙ୍କ ସହିତ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ କରାଯାଇଛି। ଅନ୍ୟପଟେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଅନ୍ୟତ୍ର ଥଇଥାନ କରାଯିବ ବୋଲି ପୌରସଂସ୍ଥା ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.