Latest Odisha News

BREAKING NEWS

କୁଆଡ଼େ ଗଲା ଶ୍ରୀମନ୍ଦିର ଫାଇଲ ? ହଜିଛି ନା ଲୁଚାଇ ଦିଆଯାଇଛି ?

ପୁରୀ: ପ୍ରଥମେ ରତ୍ନ ଭଣ୍ଡାର ଚାବି ହଜାଇଦେଲେ  । ଏବେ ହଜାଇଦେଲେ ଶ୍ରୀମନ୍ଦର ଫାଇଲ ! ଶ୍ରୀମନ୍ଦିରରୁ ଏମିତି ସବୁଜିନିଷ ହଜି ଯାଉଛି କାହିଁକି ? ହଜି ଯାଉଛି ନା ହଜାଇ ଦିଆଯାଉଛି ?  ଶ୍ରୀମନ୍ଦିର ସଂକ୍ରାନ୍ତୀୟ ୨ଟି ଫାଇଲ ଗାଏବ ଘଟଣାକୁ ନେଇ ଉଠୁଛି ଏମିତି ପ୍ରଶ୍ନ । ଫାଇଲ ହଜିବା ଘଟଣା ସାମ୍ନାକୁ ଆସିବା ପରେ ତେଜୁଛି ରାଜନୀତି । ଘଟଣାକୁ ନେଇ ସେବାୟତ,ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ ।

ଫାଇଲ ଗାଏବ ଘଟଣାରେ ଆଇନ ବିଭାଗର ଅବହେଳା ଓ ଦାୟୀତ୍ୱହୀନତା ସମ୍ପୂର୍ଣ୍ଣ ଦାୟୀ ବୋଲି କହିଛନ୍ତି ବରିଷ୍ଠ ସେବାୟତ,ଓ ଆଇନଜୀବି । ସେପଟେ ଫାଇଲ ହଜିବା ଘଟଣାରେ ସିଂହଦ୍ୱାର ଥାନାରେ ଏତାଲା ଦେଇଛି ଜଗନ୍ନାଥ ସେନା ।ଏହା ଏକ ସରକାରୀ ଷଡ଼ଯନ୍ତ୍ର ବୋଲି ସେନା ଅଭିଯୋଗ କରିଛି । ଏତାଲାରେ ସେନା ୭ଟି ଦିଗକୁ ଉଲ୍ଲେଖ କରିଛି ।

ଜଗନ୍ନାଥ ସେନା କହିଛି, ହାଇକୋର୍ଟରେ ମାମଲାକୁ ଏଡାଇବା ପାଇଁ ଏହା ସୁଚିନ୍ତିତ ଚାଲ ନୁହେଁ ତ ?   ରତ୍ନଭଣ୍ଡାର ଚାବି ହଜିବା ଘଟଣା ଓ ଫାଇଲ ହଜିବା ଘଟଣାକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସେନା ଏତଲାରେ ଉଲ୍ଲେଖ କରିଛି । ଏହାର  ସିବିଆଇ ତଦନ୍ତ ଦାବି କରିଛି ଜଗନ୍ନାଥ ସେନା ।

ସେପଟେ ଶ୍ରୀମନ୍ଦିର ଫାଇଲ ହଜିବା ଘଟଣା ନୂଆ ନୁହେଁ ବରଂ ଏହା ଦାୟୀତ୍ୱହୀନତାର ଫଳ ବୋଲି କହିଛନ୍ତି ସେବାୟତ । ସରକାରୀ ସ୍ତରରେ ସମସ୍ତେ ଏ ଘଟଣାକୁ ଜାଣନ୍ତି ଏବଂ ଜାଣିଶୁଣି ଏଭଳି କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ସେବାୟତ ।

ସେପଟେ ଦୁଇ ଦୁଇଟି ଫାଇଲ ହଜିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଫାଇଲ ହଜିନଥିବ ବରଂ ଫାଇଲକୁ ପ୍ରଶାସନ ଲୁଚେଇବାକୁ ଚେଷ୍ଟା କରୁଥିବ ବୋଲି ଅଭିଯୋଗ ଆଣିଛନ୍ତି ଶ୍ରୀ ମହାପାତ୍ର ।   ସେପଟେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଘଟଣା ତଦନ୍ତ କରି ଫାଇଲ ଖୋଜିବାକୁ ଚେଷ୍ଟା କରାଯିବ ।

Leave A Reply

Your email address will not be published.