ମିଜୋରାମରେ ଲଗାତାର ଚତୁର୍ଥ ଦିନ ପାଇଁ ଭୂକମ୍ପ । ବୁଝବାର ରାତି ୧ଟା ୧୪ ମିନିଟରେ କମ୍ପନ ଅନୁଭୂତ ହୋଇଥିଲା । ମିଜୋରାମର ଚମ୍ଫାଇଠାରୁ ୨୧ କିଲୋମିଟର ଦକ୍ଷିଣରେ ଏହାର କେନ୍ଦ୍ରସ୍ଥଳ ଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୪ ଦଶମିକ ୫। ଏହାର ଦୁଇ ଘଣ୍ଟା ପରେ ନାଗାଲାଣ୍ଡରେ ବି ଝଟକା ଅନୁଭୂତ ହୋଇଥିଲା। ନାଗାଲାଣ୍ଡରେ ଭୂକମ୍ପର ତୀବ୍ରତା ଥିଲା ୩ ଦଶମିକ ୮।
An earthquake of magnitude 4.5 struck 21km South of Champhai, Mizoram at 1:14 am today: National Centre for Seismology (NCS) pic.twitter.com/Pmwc1iHF9p
— ANI (@ANI) June 24, 2020
ପୂର୍ବରୁ ବୁଝବାର ସକାଳ ୮ଟା ଦୁଇ ମିନିଟରେ ପ୍ରଥମେ ଭୂକମ୍ପ ହୋଇଥିଲା । ଏହାର ତୀବ୍ରତା ଥିଲା ୪ ଦଶମିକ ୧। ମଙ୍ଗଳବାର ରାତି ୧୧ଟାରେ ୩.୨ ତୀବ୍ରତାର ଭୂକମ୍ପ ମିଜୋରାମରେ ଅନୁଭୂତ ହୋଇଥିଲା । ସୋମବାର ୫.୩ ତୀବ୍ରତାର କମ୍ପନ ସୃଷ୍ଟି ହୋଇଥିଲା ।
Comments are closed.