Latest Odisha News

ଧୂପକାଠି ଧୂଆଁ ହୋଇପାରେ କ୍ୟାନସରର କାରଣ !

ଭୁବନେଶ୍ୱର: ସାଧାରଣତଃ ଆମେ ଶୁଣିଥିବା ସିଗାରେଟ ଟାଣିଲେ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି କି ଆପଣ ଘରେ ଜାଳୁଥିବା ଧୂପକାଠିର ଧୂଆଁ ସମ୍ପର୍କରେ ? ଏହା ଆପଙ୍କ ଶରୀରକୁ କେତେ କ୍ଷତି ପହଞ୍ଚାଉଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଘରେ ହେଉ ଅବା ମନ୍ଦିରରେ, ଠାକୁର ପୂଜା କରିବା ସମୟରେ ପ୍ରାୟ ସମସ୍ତେ ଧୂପକାଠିର ବ୍ୟବହାର କରିଥାନ୍ତି । ଏହା କେବଳ ଆଧ୍ୟାତ୍ମିକତାକୁ ସୂଚାଇଥାଏ ତାହା ନୁହେଁ ବରଂ ଏହା ଶାନ୍ତି ଏବଂ ସମୃଦ୍ଧିକୁ ମଧ୍ୟ ପ୍ରସ୍ଫୁଟିତ କରିଥାଏ। କିନ୍ତୁ ଏସବୁ ସତ୍ତ୍ବେ ଧୂପକାଠି ଯେ ଆମ ଶରୀରକୁ କ୍ଷତି ପହଞ୍ଚାଇପାରେ ଏହା ଆମେ କେହି ଜାଣିନାହୁଁ।

ଚାଇନିଜ୍ ଅନୁଧ୍ୟାନରୁ ଜଣାଯାଇଛି ଯେ, ଯେତେବେଳେ ଧୂପକାଠି ଜଳୁଥାଏ ସେତେବେଳେ ଏଥିରୁ ବାହାରୁଥିବା ଧୂଆଁରୁ କ୍ଷୁଦ୍ର କଣିକା ବାୟୁରେ ପ୍ରବେଶ କରିଥାଏ। ଏହି ଧୂଆଁରୁ ବାହାରୁଥିବା ଟକ୍ସିକ୍ କଣିକା ଆମ ଶରୀର ପକ୍ଷେ ହାନିକାରକ ସାବ୍ୟସ୍ତ ହୋଇଥାଏ।

ଏହି ଧୂଆଁ ୩ପ୍ରକାରର ଟକ୍ସିନ୍ ନିର୍ଗତ କରିଥାଏ ଯାହା ଦ୍ବାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ । ଏଗୁଡ଼ିକ ହେଲା ‘ମ୍ୟୁଟାଜେନିକ୍’, ‘ଜେନୋଟକ୍ସିକ୍’ ଏବଂ ‘ସାଇଟୋଟକ୍ସିକ୍’। ଅନ୍ୟାନ୍ୟ ଫୁସଫୁସଜନିତ ରୋଗ ମଧ୍ୟ ଏହା ଯୋଗୁଁ ହୋଇଥାଏ। ଜନ୍ମ ସମ୍ବନ୍ଧୀୟ ଆକୃତିର ପରିବର୍ତ୍ତନ ଯୋଗୁଁ ଡିଏନଏରେ ପରିବର୍ତ୍ତନ ହୋଇଥାଏ ଯାହା ଏକ ଉତ୍ତମ ସଙ୍କେତ ନୁହେଁ।

 

Leave A Reply

Your email address will not be published.