Latest Odisha News

BREAKING NEWS

‘ମୋ ସରକାର’ରେ ସାମିଲ ହେଲା କୃଷି ବିଭାଗ: ଚାଷୀଙ୍କ ସହ ସିଧାସଳଖ କଥାହେବେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କା ‘ ମୋ ସରକାର କାର୍ଯ୍ୟକ୍ରମରେ ଗୁରୁବାର ଦିନ ସାମିଲ ହୋଇଛି କୃଷି ବିଭାଗ ।

୫ଟି ଅଧୀନରେ ରାଜ୍ୟ କୃଷି ବିଭାଗ କାର୍ଯ୍ୟ କରିବା ନେଇ କୃଷି ବିଭାଗ ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି ।

ଚାଷୀଙ୍କ ସମସ୍ତ ସମସ୍ୟା ବୁଝାଯିବା ସହିତ ତାଙ୍କ ଠାରୁ ମତାମତ ନିଆଯିବ ।ଚାଷୀଙ୍କ ଆୟ ଦୁଇଗୁଣ କରାଯିବା ସହ ପୋଖରୀ ଖନନ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ସୌରଭ ଗର୍ଗ ।

ଏହି ବିଭାଗରେ କାର୍ଯ୍ୟକ୍ରମ କିଭଳି ଲାଗୁ ହେବ ଏବଂ ସରକାରଙ୍କ କାର୍ଯ୍ୟକ୍ରମର ସଫଳତା କିଭଳି ଲୋକେ ପାଇବେ ତାକୁ ଦୃଷ୍ଟିରେ ରଖି ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି ।

କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟ୍ ଅନୁଯାୟୀ ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ‘ମୋ ସରକାର’ ବ୍ୟବସ୍ଥାରେ କାର୍ଯ୍ୟକ୍ରମ ହାତକୁ ନିଆଯିବ । ସମସ୍ତ ସରକାରୀ ଅଧିକାରୀ ଚାଷୀଙ୍କ ସହ ସିଧାସଳଖ କଥା ହୋଇ ସମସ୍ୟାର ସମାଧାନ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଗୁରୁବାର ଦିନ ଲୋକସଭା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ମୋ ସରକାରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ହେବା ଚାଷୀ ଭାଇଙ୍କର ସଶକ୍ତିକରଣ ଏକ ବରିଷ୍ଠ ପଦକ୍ଷେପ । କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ । ତେଣୁ ଚାଷୀଙ୍କ ଉନ୍ନତି ପାଇଁ କୃଷି ବିଭାଗ କର୍ମଚାରୀ ଓ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ନିଜେ ବ୍ୟକ୍ତିଗତ ଭାବରେ ଚାଷୀମାନଙ୍କୁ ଫୋନ କରି ସେମାନେ ପାଉଥିବା ସେବା ସଂପର୍କରେ ପଚାରି ବୁଝିବେ” ।

Leave A Reply

Your email address will not be published.