Latest Odisha News

BREAKING NEWS

ରାଜ୍ୟରେ ଖୋଲିବ ନୂଆ ହାତୀ ଅଭୟାରଣ୍ୟ !

ଭୁବନେଶ୍ୱର: ଜନସାଧାରଣ ଓ ଜୀବଜନ୍ତୁଙ୍କ ମଧ୍ୟରେ ବଢୁଥିବା ସଂଘର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ନୂଆ ହାତୀ ଅଭୟାରଣ୍ୟ ସ୍ଥାପନା କରିବାର ନିର୍ଣ୍ଣୟ ନେଇଛନ୍ତି ।

ଗୁରୁବାର ଦିନ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ମୁଖ୍ୟ ୱାଇଲଡ଼ ଲାଇଫ ୱାର୍ଡ଼ନ ହରିଶଙ୍କର ଉପାଧ୍ୟାୟ କହିଛନ୍ତି ଯେ, ଗଂଜାମ ଓ କନ୍ଧମାଳ ଜିଲ୍ଲା ମଧ୍ୟରେ ଥିବା ବନଖଣ୍ଡକୁ ନୂଆ ହାତୀ ଅଭୟାରଣ୍ୟ ଭାବେ ଖୁବଶୀଘ୍ର ଘୋଷଣା କରାଯିବ ।

ହାତୀ ଆକ୍ରମଣରେ ସାଧାରଣ ଲୋକଙ୍କର ହେଉଥିବା ମୃତ୍ୟୁକୁ ଧ୍ୟାନରେ ରଖି ହାତୀ ଗ୍ୟାଲେରୀ ସହ ଏକ ନୂଆ ଇନଫ୍ରା ରେଞ୍ଜ ଡିଭାଇଜ ମଧ୍ୟ ଲଗାଯିବ ବୋଲି ହରିଶଙ୍କର କହିଛନ୍ତି ।

ଏହୂ ନୂଆ ଯନ୍ତ୍ର ହାତୀ ମାନଙ୍କ ଗତିବିଧିର ପ୍ରତିଧ୍ୱନୀ ଦ୍ୱରା ସ୍ଥାନୀୟ ଲୋକଙ୍କୁ ସତର୍କ କରାଇବ ।

“ଏହି ନୂଆ ଯନ୍ତ୍ରର ଉନ୍ନତିକରଣ ସମ୍ପର୍କରେ ଆମେ ଆଇଆଇଟି- ଭୁବନେଶ୍ୱର ସହ ଆଲୋଚନା କରିଥିବା” ସେ କହିଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଜନବସତି ଅଞ୍ଚଳ ଆଡକୁ ମାଡି ଆସୁଥିବା ହାତୀଙ୍କୁ ଖୋଜି ବାହାର କରିବା ନିମନ୍ତେ ତାଙ୍କ ଗଳା ଚାରିପାଖରେ ଏକ ରେଡ଼ିଓ କଲର ସଂଯୋଗ କରାଯିବ। ଏହା ବନ ବିଭାଗ କର୍ମଚାରୀଙ୍କୁ ହାତୀକୁ ଖୋଜି ବାହାର କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.