Latest Odisha News

BREAKING NEWS

ମୁସ୍‌ଲିମ ବୁଦ୍ଧିଜୀବୀଙ୍କ ସହ ନୀତୀଶଙ୍କ ରୁଦ୍ଧ ଦ୍ୱାର ବୈଠକ: କହିଲେ, ବିଜେପି ଓ AIMIMକୁ ଗୋଟେ ବି ଭୋଟ୍ ବି ଦିଅନି

ପାଟନା: ଆଗକୁ ୨୦୨୪ ନିର୍ବାଚନ ଆସୁଛି। ତେଣୁ ବିଜେପିକୁ ଯେମିତି ଗୋଟିଏ ବି ମୁସ୍‌ଲିମ ଭୋଟ୍ ନ ମିଳେ ସେଥିପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିଦେଲେଣି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏନେଇ ସୋମବାର ନୀତୀଶ ରାଜ୍ୟର ମୁସଲିମ ବୁଦ୍ଧିଜୀବୀଙ୍କୁ ଡାକି ରୁଦ୍ଧ ଦ୍ୱାର ବୈଠକ କରିଥିଲେ। ବିଜେପି ଓ ଅସଦୁଦ୍ଦିନଙ୍କ ଦଳ ଏଆଇଏମ୍‌ଆଇଏମ୍‌(AIMIM)କୁ ଗୋଟିଏ ବି ଭୋଟ୍ ନ ଦେବାକୁ ସେ ମୁସ୍‌ଲିମ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ। ଏହି ଦୁଇ ଦଳ ସାମ୍ପ୍ରଦାୟିକ ସଦ୍‌ଭାବନାକୁ ବିଗାଡ଼ୁଛନ୍ତି। ତେଣୁ ଏମାନଙ୍କୁ ଭୋଟ୍ ଦେବ ନାହିଁ ବୋଲି ନୀତୀଶ ମୁସଲିମ ବୁଦ୍ଧିଜୀବୀଙ୍କୁ ସତର୍କ କରାଇଥିଲେ।

BjdElectrycity

ଏହି ବୈଠକ ନୀତୀଶଙ୍କ ସରକାରୀ ବାସଭବନରେ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଦିଗରେ ପ୍ରବୀଣ ଥିବା ମୁସଲିମ ବୁଦ୍ଧିଜୀବୀଙ୍କୁ ଡକାଯାଇଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଏହି ବୈଠକରେ କୌଣସି ଜେଡିୟୁ ମୁସ୍‌ଲିମ ନେତା ସାମିଲ୍ ହୋଇନଥିଲେ। ଯାହାକୁ ନେଇ ଦଳର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି।

ବୈଠକରେ ବିଜେପି ଓ AIMIM ଉପରେ ବର୍ଷିଥିଲେ ନୀତୀଶ କମାର। ୨୦୨୪ ନିର୍ବାଚନରେ ବିଜେପି ଓ AIMIM ସକ୍ରିୟତା ରାଜ୍ୟରେ ସାମ୍ପ୍ରଦାୟିକ ସଦଭାବନା ବିଗାଡ଼ିବ ବୋଲି ସେ ଆଶଙ୍କା କରିଥିଲେ। ତେଣୁ ଏଭଳି ବିଭାଜନକାରୀ ଶକ୍ତି ବିରୋଧରେ ସତର୍କ ରହିବାକୁ ସେ ଅନୁରୋଧ କରିଥିଲେ। AIMIM ଦଳକୁ ବିଜେପିର ବି-ଟିମ୍ କହୁଥିବା ନୀତୀଶ କହିଥିଲେ ଯେ ଅସଦୁଦ୍ଦିନ ଓୱେସୀଙ୍କ ଭଳି ନେତା ମୁସଲିମ ଭୋଟ ପାଇଁ ଦେଶରେ ସାମ୍ପ୍ରଦାୟିକ ପରିବେଶକୁ ନଷ୍ଟ କରିବାକୁ ହିଂସା ଉଦ୍ରେକକାରୀ ଭାଷଣ ଦିଅନ୍ତି। ତେଣୁ ଏହି ଦଳକୁ ଭୋଟ୍ ନଦେବାକୁ ନୀତୀଶ ମୁସଲିମ ବୁଦ୍ଧିଜୀବୀଙ୍କୁ ଅନୁରୋଧ କରିଥିଲେ। ଏଥିସହିତ ତାଙ୍କ ଦଳ(ଜେଡିୟୁ) କିପରି ମୁସ୍‌ଲିମଙ୍କ ଉନ୍ନତୀ ପାଇଁ ଦୀର୍ଘ ୧୮ ବର୍ଷ ହେଲା ରାଜ୍ୟରେ କାମ କରିଆସିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

୨୦୨୦ ବିହାର ବିଧାନସଭା ନିର୍ବାଚନରେ ସିମାଞ୍ଚଳ ନିର୍ବାଚନ ମଣ୍ଡଳୀରେ ବିଜେପି ସହ AIMIM ଦଳ ମୁସ୍‌ଲିମ ଭୋଟ ହାତେଇଥିଲା। ଫଳରେ ଆର୍‌ଜେଡି ଏଠି କ୍ଷତି ସହିଥିଲା। ତେଣୁ ୨୦୨୪ ନିର୍ବାଚନରେ ବିଜେପି ଓ AIMIM ମଧ୍ୟରେ ମୁସ୍‌ଲିମ ଭୋଟ ଭାଗ ନ ହେଉ ସେଥିପାଇଁ ନୀତୀଶ ଭିତିରି ପ୍ଲାନ୍ କରିଛନ୍ତି।

ସୂଚନା ଥାଉକି ନୀତୀଶ କୁମାର ବିଜେପି ଠାରୁ ଅଲଗା ହୋଇ ଆର୍‌ଜେଡିରେ ମିଶିବା ପରେ ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାରେ ଲାଗିପଡ଼ିଛନ୍ତି। ଏଥିପାଇଁ ସେ ଏନ୍‌ସିପି, କଂଗ୍ରେସ, ଆପ୍‌, ଜନତାଦଳ ସେକ୍ୟୁଲାର ଏବଂ ସିପିଆଇଏମ୍‌ ଆଦି ଦଳଗୁଡ଼ିକ ସହ ସମ୍ପର୍କରେ ରହିଛନ୍ତି।

Leave A Reply

Your email address will not be published.