Latest Odisha News

BREAKING NEWS

ତୁଟିଲା ବିବାଦ; ତିନିଦିନ ପରେ ଆରମ୍ଭ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର : ତିନି ଦିନ ଓପାସରେ ରହିବା ପରେ ଆଜି ଆରମ୍ଭ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ୪ ନିଯୋଗ ମଧ୍ୟରେ ଆଲୋଚନା ପରେ ବିବାଦର ସମାଧନ ହୋଇଛି । ଏହା ପରେ ପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି ।

ସୂଚନାଥାଉ କି,  ନୂଆବର୍ଷ ଆରମ୍ଭରୁ ଓପାସରେ ଥିଲେ ପ୍ରଭୁ । ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ନୂଆବର୍ଷ ଠାରୁ ବନ୍ଦ ରହିଥିଲା ନୀତିକାନ୍ତି। ଏହି  ବିବାଦ ଯୋଗୁ ଠାକୁରଙ୍କୁ ମଧ୍ୟ ଓପାସରେ ରହିବାକୁ ପଡ଼ିଥିଲା । ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶି ଯିବାରୁ ଭୋଗ ମାରାକୁ ନେଇ ବିବାଦ ଦେଖା ଦେଇଥିଲା ।

ଲିଙ୍ଗରାଜଙ୍କ ସେବା କରୁଥିବା ବଡୁ ନିଯୋଗର କହିବାନୁଯାୟୀ,  ନୂଆବର୍ଷ ଦିନ ଲିଙ୍ଗରାଜଙ୍କ ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯିବାରୁ ଭୋଗ ମାରା ହୋଇଥିଲା । ମାରା ହୋଇଥିବା ସମ୍ପୂର୍ଣ୍ଣ ଭୋଗକୁ ଅମଣିଆ କୂଅରେ ପକାଯିବା କଥା ।  କିନ୍ତୁ ତାହା କରାଯାଇନଥିଲା । ଭୋଗକୁ ଭକ୍ତଙ୍କୁ ବଣ୍ଟା ଯାଇଥିଲା ଓ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।

ପରିସ୍ଥିତିକୁ  ଦୃଷ୍ଟିରେ ରଖି ଜିଲ୍ଲାପାଳ ଘଟଣରେ ହସ୍ତକ୍ଷେପ କରିଥିଲେ । ବିବାଦର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଜି  ଭୁବନେଶ୍ୱର ସର୍କିଟ ହାଉସ୍ ଠାରେ ବୈଠକ ଡକାଯାଇଥିଲା ।  ୪ ନିଯୋଗ ମଧ୍ୟରେ ଆଲୋଚନା ପରେ ବିବାଦର ସମାଧନ ହୋଇଛି  । ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଦେବା ପରେ ବିବାଦ ତୁଟିଥିଲା ଏବଂ ତା ପରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.