Latest Odisha News

BREAKING NEWS

ଅହମ୍ମଦାବାଦରେ ମନ୍ଦିର ଭିତରେ ରଥଯାତ୍ରା

ଗୁଜରାଟ: ଅହମ୍ମଦାବାଦରେ ମନ୍ଦିର ଭିତରେ ହେଉଛି ରଥଯାତ୍ରା । ଗତକାଲି ରଥଯାତ୍ରା ପାଇଁ ଅନୁମତି ଦେବାକୁ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଶୁଣାଣି କରିଥିଲେ ଗୁଜରାଟ ହାଇକୋର୍ଟ । କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ଜନସ୍ବାର୍ଥ ଓ ଲୋକଙ୍କ ସୁରକ୍ଷା ପାଇଁ ବାହାରେ ରଥଯାତ୍ରା ପାଇଁ ମିଳି ନଥିଲା ଅନୁମତି । ଏହାପରେ ମନ୍ଦିର ଭିତରେ ରଥଯାତ୍ରା ବିଧି କରାଯାଉଛି ।

ଆଜି ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପହଞ୍ଚିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ମନ୍ଦିର ଭିତରେ ମହାପ୍ରଭୁ୍ଙ୍କ ସମସ୍ତ ରୀତିନୀତି ଓ ରଥଯାତ୍ରାର ବିଧି କରାଯାଉଥିବାରୁ ସେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ଓ ମହନ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଗତକାଲି ବିଳମ୍ବିତ ରାତି ୨ଟାରେ ଗୁଜରାଟ ହାଇକୋର୍ଟ ବାହାରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ମନା କରି ଦେଇଥିଲେ । କୋର୍ଟ କହିଥିଲେ, ଓଡ଼ିଶା ଅପେକ୍ଷା ଗୁଜରାଟରେ କରୋନା ମହାମାରୀ ସ୍ଥିତି ସଙ୍ଗୀନ ରହିଛି ।

Leave A Reply

Your email address will not be published.