Latest Odisha News

BREAKING NEWS

ପୁଲଓ୍ବାମାରେ ଦୁଇ ଆତଙ୍କବାଦୀ ସଫା

ଜମ୍ମୁ କାଶ୍ମୀର: ପୁଲଓ୍ବାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ । ସେମାନଙ୍କଠାରୁ ଜବତ ହୋଇଛି ଏକେ-୪୭ । ବାଞ୍ଜୋ ଏରିଆରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏତିକିବେଳେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରଥମେ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ଗୁଳି ବିନିମୟ ବେଳେ ସିଆରପିଏଫର ଜଣେ ଯବାନ ବି ଆହତ ହୋଇଛନ୍ତି । ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍ । ତେବେ ମୃତ ଆତଙ୍କବାଦୀମାନେ କେଉଁ ସଂଗଠନର ଓ ସେମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.