Latest Odisha News

ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ହାଇ ଆଲର୍ଟ !

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ବହୁ ଚର୍ଚ୍ଚିତ ତଥା ସମ୍ବେଦନଶୀଳ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଭାରତର ସମସ୍ତ ରାଜ୍ୟ ଗୁଡ଼ିକୁ ହାଇ ଆଲର୍ଟ ଜାରି କରିଛନ୍ତି ବୋଲି ଏନଡ଼ିଟିଭିରେ ରିପୋର୍ଟ ପ୍ରକାଶ ପାଇଛି ।

ବିଶେଷକରି ସୋସିଆଲ୍ ମିଡ଼ିଆ ଉପରେ କଡ଼ା ନଜର ରଖାଯାଇଥିବା ସୂଚନା ମିଳିଛି ।

ଏନଡ଼ିଟିଭି ଗଣମାଧ୍ୟମରେ ଗୁରୁବାର ଦିନ ସନ୍ଧ୍ୟାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କେଉଁ ମୂହୁର୍ତ୍ତରେ ମଧ୍ୟ ସୁପ୍ରିମକୋର୍ଟ ଶୁଣାଣି ସଂରକ୍ଷିତ ରଖିଥିବା ବିବାଦୀୟ ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ମନ୍ଦିର ନଗରୀ ଅଯୋଧ୍ୟାଠାରେ ପ୍ରାୟ ୧୨,୦୦୦ ପୋଲିସ ମୂତୟନ ହୋଇଛନ୍ତି । ସମଗ୍ର ସହର ଏବଂ ରାମଜନ୍ମଭୂମି ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ପୋଲିସ ଛାଉଣୀରେ ପରିଣତ ହୋଇଛି ।

ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ମଧ୍ୟ କେନ୍ଦ୍ର ସରକାର ଏନେଇ ଅବଗତ କରିବା ସହିତ ପୋଲିସ ପ୍ରଶାସନକୁ ସଜାଗ ରହିବାକୁ ନିଦେ୍ର୍ଧଶ ପ୍ରଦାନ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୪,୦୦୦ ପାରା ମିଲିଟାରୀ ଯବାନ କେବଳ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ମୂତୟନ ହୋଇସାରିଛନ୍ତି ।

ଏନଡ଼ିଟିଭିରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଆସନ୍ତା ନଭେମ୍ବର ୧୭ ତାରିଖ ପୂର୍ବରୁ ଅଯୋଧ୍ୟା ମାମଲାର ଶୁଣାଣୀ ଯାହାକି ପୂର୍ବରୁ ସଂରକ୍ଷିତ ରଖାଯାଇଛି ତାହାର ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି । ପୂର୍ବର ରିପୋର୍ଟ ଅନୁଯାୟୀ ଏହି ରାୟ ନଭେମ୍ବର ୬ ତାରିଖରୁ ନଭେମ୍ବର ୧୭ ତାରିଖ ମଧ୍ୟରେ ପ୍ରକାଶିତ ହେବାର ସମ୍ଭାବନା ରହିଛି ।

ଇତିମଧ୍ୟରେ ଉତ୍ତରପ୍ରଦେଶର ଡ଼ାଇରେକ୍ଟର ଜେନେରାଲ୍ ଉତ୍ତରପ୍ରଦେଶ ରାଜ୍ୟର ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି ।

Leave A Reply

Your email address will not be published.