Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଲା ଜିଲ୍ଲା ପାଲିଏଟିଭ୍ କେୟାର୍ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କ ଲାଗି ଗୁରୁବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଲିଏଟିଭ୍ କେୟାର୍ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ।

ରାଜଧାନୀସ୍ଥିତ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ)ମାନଙ୍କ ସହିତ ଏକ ବୈଠକରେ ଏହି କାର୍ଯ୍ୟକ୍ରମର ଲଞ୍ଚ୍ କରିଥିଲେ ।

ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ଘଟିବା ସହିତ ଏହି କାର୍ଯ୍ୟକ୍ରମ ଦ୍ୱାରା ‘ସୁସ୍ଥ ଓଡ଼ିଶା, ସୁଖି ଓଡ଼ିଶା’ର ଆଭିମୁଖ୍ୟର ସଫଳ ରୂପାୟନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ।

ସମସ୍ତ ଜିଲ୍ଲାରେ ଥିବା ଚିକିତ୍ସାଳୟଗୁଡ଼ିକରେ ରହିଥିବା ବର୍ହିବିଭାଗ ଏବଂ ଅନ୍ତର୍ବିଭାଗରେ ଦିଆଯାଉଥିବା ସମସ୍ତ ଚିକିତ୍ସା ସେବାରେ ଅଧିକ ଉନ୍ନତି ହେବା ସହିତ ରୋଗୀମାନେ ଉତ୍ତମ ଚିକିତ୍ସା ପାଇପାରିବେ । ଏହି କାର୍ଯ୍ୟକ୍ରମ ଦ୍ୱାରା ମାଗଣା ମାନସିକ ରୋଗ ଚିକିତ୍ସା ସେବା, ରୋଗୀଙ୍କୁ ପରାମର୍ଶ ଏବଂ ଉତ୍ତମ ଚିକିତ୍ସାସେବା ମିଳିପାରିବ ।

ଏହି ପାଲିଏଟିଭ୍ କେୟାର୍ କାର୍ଯ୍ୟକ୍ରମ ଅନ୍ତର୍ଗତ କେତେଗୁଡ଼ିଏ ଚିକିତ୍ସା ସେବା ସହିତ ଜିଲ୍ଲାରେ ରହିଥିବା ଅଧିକାଂଶ ଡ଼ାକ୍ତରଖାନା ଗୁଡ଼ିକରେ ଭିତ୍ତିଭୂମି ବ୍ୟବସ୍ଥା ଉନ୍ନତ ହୋଇପାରିବ ।

ରାଜ୍ୟର ୧୦ ଜିଲ୍ଲାର ଡ଼ାକ୍ତରଖାନା ଗୁଡ଼ିକର ଭିତ୍ତିଭୂମି ବିକାଶ ଲାଗି ଓଡ଼ିଶା ସରକାର ପ୍ରତି ଜିଲ୍ଲା ଲାଗି ୧୦.୨୫ ଲକ୍ଷ ଟଙ୍କା ଯୋଗାଇଦେବେ ।

Leave A Reply

Your email address will not be published.