Latest Odisha News

BREAKING NEWS

ସାମୁଦ୍ରିକ ଝଡ଼ ବୁଲବୁଲ୍ ଯୋଗୁଁ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଦିଆଯାଇଥିବା ବୁଲେଟିନ୍ ଅନୁଯାୟୀ, ସାମୁଦ୍ରିକ ଝଡ଼ ବୁଲବୁଲ୍ ଓଡ଼ିଶାରେ ଆଂଶିକ ପ୍ରଭାବ ପକାଇବ । ଏହାଯୋଗୁଁ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ଆଇଏମଡ଼ିର ଏହି ବୁଲେଟିନ୍ ଅନୁଯାୟୀ, ଏହି ସାମୁଦ୍ରିକ ଝଡ଼ ବୁଲବୁଲ୍ ବଙ୍ଗୋପସାଗରର ପୂର୍ବ ମଧ୍ୟବର୍ତ୍ତୀ ଅଞ୍ଚଳରୁ କ୍ରମେ ଉତ୍ତର ଦିଗ ଆଡ଼କୁ ୧୫ କିମି ବେଗରେ ଗତ ୬ ଘଣ୍ଟା ଧରି ଗତି କରୁଛି । ଏବେ ପାରାଦ୍ୱିପ ଉପକୂଳର ୬୮୦ କିମି ଦୂରରେ ରହିଛି । ସେହିପରି ପଶ୍ଚିମବଙ୍ଗର ସାଗର ଦ୍ୱୀପର ୭୮୦ କିଲୋମିଟର ଦୂରରେ ବୁଲବୁଲ୍ ରହିଥିବା ବେଳେ ବାଂଲାଦେଶ ଉପକୂଳର ଖେପୁପରା ଠାରୁ ୮୧୦ କିଲୋମିଟର ଦୂରରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବାକୁ ଯାଉଛି । ତେବେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗ ଦେଇ ପଶ୍ଚିମବଙ୍ଗ ଉପକୂଳ ଓ ବାଂଲାଦେଶ ମୁହାଁ ହୋଇଛି ।

ଏହାର ପ୍ରଭାବରେ ନଭେମ୍ବର ୮ ତାରିଖ ସନ୍ଧ୍ୟା ସମୟରୁ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ତେବେ ନଭେମ୍ବର ୯ ତାରିଖରେ ପୁରୀ, ଭଦ୍ରକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଭାବେ ନଭେମ୍ବର ୧୦ ତାରିଖରେ କଟକ, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ଆଶଙ୍କା ରହିଛି ବୋଲି ଆଇଏମଡ଼ି ସୂଚନା ପ୍ରଦାନ କରିଛନ୍ତି । ଏପରିକି ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ଅନେକ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ହେବାର ଆଶଙ୍କା ରହିଥିବାର ସୂଚନା ରହିଛି ।

Leave A Reply

Your email address will not be published.