Latest Odisha News

BREAKING NEWS

ଅନୁବାଦ ପାଇଁ ଆଉ ଆବଶ୍ଯକ ପଡିବେନି ମାନବ, ସ୍ଥାନ ନେବ ଏଆଇ

ନୂଆଦିଲ୍ଲୀ: ଟ୍ରାନ୍ସଲେସନ ସେବାରେ ବିଶେଷଜ୍ଞତା ଥିବା ଏକ ଷ୍ଟାର୍ଟଅପ୍ କମ୍ପାନୀ ଏକ ଅନବେବଲ Widn.AI କୁ ଲଞ୍ଚ କରିଛି। ଏହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ସମ୍ପୂର୍ଣ୍ଣ ପରିଚାଳିତ ଏକ ନୂତନ ଆପ୍।

ରିପୋର୍ଟ ଅନୁଯାୟୀ, କମ୍ପାନୀର ସିଇଓ ବାସ୍କୋ ପେଡ୍ରୋ ଦାବି କରିଛନ୍ତି ଯେ ଆସନ୍ତା ତିନି ବର୍ଷ ମଧ୍ୟରେ ମେସିନଗୁଡ଼ିକ ଅନୁବାଦ ପ୍ରସଙ୍ଗରେ ମନୁଷ୍ୟକୁ ମାତ୍ ଦେବେ। ଭବିଷ୍ୟତରେ ଅନୁବାଦ କରିବା ପାଇଁ ମଣିଷର ଆଉ ଆବଶ୍ୟକତା ପଡିବ ନାହିଁ। ଆସନ୍ତା ତିନି ବର୍ଷରେ ମେସିନ ଟ୍ରାନ୍ସଲେସନର ମାମଲାରେ ମଣିଷର ସ୍ଥାନ ନେଇଯିବ। ଆଗାମୀ ସମୟରେ ଅନୁବାଦ କରିବା ପାଇଁ ମଣିଷର ଆବଶ୍ୟକ ପଡିବ ନାହିଁ।

ଏହି ଉନ୍ନତ ଏଆଇ ସିଷ୍ଟମ୍ ମଣିଷ ପରି ଲେଖା ହୋଇଥିବା ସବୁ ଲେଖାକୁ ବୁଝିପାରେ। ଏହାକୁ ଅନ୍ୟ ଭାଷାରେ ମଧ୍ଯ ଅନୁବାଦ କରାପାରିବ। ଟାୱାର ୩୨ ମାନବ ସାହାଯ୍ୟ ବିନା ବିଭିନ୍ନ ଭାଷାରେ ଅନୁବାଦ କରିପାରିବ।

 

Comments are closed.