Latest Odisha News

ଭରତପୁର ମାମଲା: ଘଟଣାସ୍ଥଳ ବୁଲି ଦେଖିବେ ତଦନ୍ତ କମିଶନ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ମହିଳା ବାନ୍ଧବୀଙ୍କୁ ମାଡ ମାରିବା ଘଟଣାରେ, ଘଟଣା ସ୍ଥଳ ବୁଲି ଦେଖିବେ ତଦନ୍ତ କମିଶନ । ଭରତପୁର ଥାନା ସହିତ ମୂଳ ଘଟଣା ଘଟିଥିବା ସ୍ଥାନ ପରିଦର୍ଶନ କରିବେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ । ଆସନ୍ତା ୧୯ ତାରିଖ ଅପରାହ୍ନ ୩ଟାରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ ଉଭୟ ଘଟଣାସ୍ଥଳ ଭରତପୁର ଥାନା ଏବଂ ଛାତ୍ରମାନଙ୍କ ସହିତ ହୋଇଥିବା ଗଣ୍ଡଗୋଳ ସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିବେ। ଘଟଣାସ୍ଥଳ ଅନୁଧ୍ୟନ ପରେ ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ସୂଚନା ଦେଇଛନ୍ତି ।

ତେବେ ଆଜି କମିଶନ ମାମଲାର ଶୁଣାଣି କରିଥିବା ବେଳେ ଅଭିଯୋଗକାରୀ ପୀଡ଼ିତା ଏବଂ ତାଙ୍କ ବନ୍ଧୁ ସେନା ଅଧିକାରୀ କମିଶନଙ୍କ ନିକଟରେ ହାଜର ହୋଇଥିଲେ। ଏହି ମାମଲାରେ କମିଶନ ୧୬ ଜଣଙ୍କୁ ହାଜର ହେବା ଲାଗି ସମନ ଜାରି କରିଥିଲେ।ତେବେ ଅନ୍ୟମାନଙ୍କ ଓକିଲ ଆସିଥିବା ବେଳେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀ ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ପୀଡ଼ିତା ରାତି ୧ଟା ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ଆକ୍ରମଣ ଶିକାର ହେବା ସହ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା ।

Comments are closed.