Latest Odisha News

ଜାନୁଆରିରେ ସୁନ୍ଦରଗଡ଼ ଆସିବେ ଖଡ଼ଗେ,ରାହୁଲ ଓ ପ୍ରିୟଙ୍କା

ସୁନ୍ଦରଗଡ଼: ଆସନ୍ତା ଜାନୁଆରି ମାସରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସୁନ୍ଦରଗଡ଼ ଆସିବେ । ଆଜି ସୁନ୍ଦରଗଡ଼ ଗସ୍ତରେ ଆସିଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ନିକଟରେ ନୂଆଦିଲ୍ଲୀରେ ଓଡିଶା କଂଗ୍ରେସ ସହ ଏଆଇସିସିର ବୈଠକ ହୋଇଥିଲା । ଆଲୋଚନା ସମୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଜାନୁଆରିରେ ଓଡିଶା ଗସ୍ତରେ ଆସିବାକୁ ପିସିସି କର୍ମକର୍ତ୍ତା ଓ ବିଧାୟକମାନେ ଅନୁରୋଧ କରିଥିଲେ । ଏହାକୁ ଏଆଇସିସି ଗ୍ରହଣ କରି ଓଡିଶାର କାର୍ଯ୍ୟକ୍ରମ ସୁନ୍ଦରଗଡ଼ରେ ଆୟୋଜନ କରିବାକୁ ଦଳ ଇଚ୍ଛା ପ୍ରକାଶ କରିଥିବା ପିସିସି ସଭାପତି ସୂଚନା ଦେଇଛନ୍ତି ।

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଏକଦା କଂଗ୍ରେସର ଗଡ଼ ଥିଲା । ତେଣୁ ପୁଣି ଥରେ ପୂର୍ବସ୍ଥିତି ଫେରାଇ ଆଣିବାକୁ ଏଆଇସିସି ସୁନ୍ଦରଗଡ଼ ସହ ପଶ୍ଚିମ ଓଡିଶାକୁ ଫୋକସ କରିବାକୁ ଚାହୁଁଥିବା ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟ ପ୍ରଭାରୀ ଭାବେ ପଡୋଶୀ ଝାରଖଣ୍ଡର ଜଣେ ପୂର୍ବତନ ଆଇପିଏସ ଅଧିକାରୀ ତଥା ଜାମସେଦପୁରର ପୂର୍ବତନ ସାଂସଦ ଡ. ଅଜୟ କୁମାରଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ କହିଥିଲେ ।

Leave A Reply

Your email address will not be published.