Latest Odisha News

BREAKING NEWS

ବାଲୁକା କଳାରେ ବିଶ୍ବ ଏଡସ ଦିବସ ବାର୍ତ୍ତା ଦେଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ନିକଟ ବେଳାଭୂମି ରେ ବିଶ୍ବ ଏଡସ ଦିବସ ଉପଲକ୍ଷେ ବାଲୁକା କଳା ନିର୍ମାଣ କରିଛନ୍ତି । ଚଳିତବର୍ଷ ର ଥିମ୍ “ଲେଟ୍ କମ୍ୟୁନିଟିସ୍ ଲିଡ୍” କୁ ଆଧାର କରି ୧୫ ଫୁଟ୍ ଓସାର ବିଶିଷ୍ଟ ଏକ ବାଲୁକା କଳା ନିର୍ମାଣ କରିଛନ୍ତି ।

ବାଲୁକା ଶିଳ୍ପୀ ମାନସ ଏହି ଥିମ୍ ମାଧ୍ୟମରେ ସମସ୍ତେ ମିଶି କାର୍ଯ୍ୟ କରି ଏଡସ୍ ଠାରୁ ଦୁରେଇ ରହି ଏକ ସୁସ୍ଥ ସମାଜ ଗଠନ କରିବା ଏବଂ ଏକ ସମୃଦ୍ଧ ସମାଜ ଗଠନ କରିବା ର ବାର୍ତ୍ତା ଦେଇଛନ୍ତି ।

ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ପ୍ରାୟ ୭ ଘଣ୍ଟା ସମୟ ଲାଗିଥିଲା । ୧୦ ଟନ୍ ବାଲି ଉପଯୋଗରେ ଏହି ବାଲୁକା କଳା ଟି ନିର୍ମାଣ କରାଯାଇଛି । ବାଲୁକା କଳା ମାଧ୍ୟମରେ ସେ “ଲେଟ୍ କମ୍ୟୁନିଟିସ୍ ଲିଡ୍” ର ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.