Latest Odisha News

BREAKING NEWS

ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍

ଭୁବନେଶ୍ୱର: ଆଜିଠୁ ପୁଣି ଥରେ ନନ୍ଦନକାନନରେ ଟଏ ଟ୍ରେନରେ ବସି ଚିଡିଆଖାନା ବୁଲିବାର ମଜା ନେଇପାରିବେ ପର୍ୟ୍ୟଟକ । ୭ ବର୍ଷ ପରେ ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍ । ଆଜି ସାଢ଼େ ୧୧ଟାରେ ଏହାର ଲୋକାର୍ପଣ ହେବ । ଏଥିରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ବସିପାରିବେ । ନନ୍ଦନକାନନରେ ବୁଲାବୁଲିରେ ନିଆରା ଅନୁଭୂତି ଆଣିଦେବ ଟଏ ଟ୍ରେନ୍ ।

ଏମସିଏଲ୍ ଆର୍ଥିକ ସହାୟତାରେ ନନ୍ଦନକାନନ ଭିତରେ ନିର୍ମାଣ ହୋଇଛି ୧.୨ କିଲୋମିଟର ଟ୍ରାକ୍, ବୁଲେଟ୍ ଟ୍ରେନ୍ ଓ ଷ୍ଟେସନ୍ । ଟଏ ଟ୍ରେନରେ ଅଛି ୪ଟି ବଗି । ଥରକେ ୭୨ ଜଣ ଯାତ୍ରୀ ଟ୍ରେନରେ ବସି ଚିଡିଆଖାନରେ ବନ୍ୟଜନ୍ତୁଙ୍କୁ ଦେଖିବାକୁ ସୁଯୋଗ ପାଇବେ । ପ୍ରତି ବଗିରେ ୨ଟି ସିଟ୍ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ରହିଛି ।
ପ୍ରତିଦିନ ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏ ପର୍ୟ୍ୟଟକ ଟଏ ଟ୍ରେନରେ ବୁଲିବାର ମଜା ନେଇପାରିବେ । ଆଜି ଟଏ ଟ୍ରେନର ଲୋକାର୍ପଣ ସହ ନୂଆ ରୋପ୍ ଓ୍ୱେର ଶିଳାନ୍ୟାସ ବି ହେବ । ଏଥିପାଇଁ ୧୩ କୋଟିର ବ୍ୟୟ ଅଟକଳ ହୋଇଛି । ପିପିପି ମୋଡରେ ନିର୍ମାଣ ହେବା ଏହି ରୋପ୍ ଓ୍ୱେ ।

Leave A Reply

Your email address will not be published.