Latest Odisha News

BREAKING NEWS

ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ବିମାନ, ହେଲେ ବଞ୍ଚିପାରିଲେନି ଯାତ୍ରୀ

ଭୁବନେଶ୍ୱର:  ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବିମାନ ।ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଏସିଆ ବିମାନ ଆଜି ଜରୁରୀ ଅବତରଣ କରିଛି ।କୋଲକାତାର ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିବାରୁ ବିମାନଟି ଜରୁରୀ ଅବତରଣ କରିଥିଲା । ସୂଚନା ଅନୁସାରେ ବାଙ୍ଗୋଲୋରରୁ ବିମାନଟି ସକାଳ ୬ଟା ୩୦ ମିନିଟରେ କୋଲକାତା ଅଭିମୁଖେ ଉଡାଣ ଆରମ୍ଭ କରିଥିଲା।

ହେଲେ ବିମାନରେ ଥିବା ଯାତ୍ରୀ ହବିବୁର ଖାନ୍ ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ବିମାନଟି ଜରୁରୀ ଅବତରଣ କରାଯାଇଥିଲା । ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Comments are closed, but trackbacks and pingbacks are open.