Latest Odisha News

BREAKING NEWS

ରୁଷ, ଜର୍ମାନୀ ଆର ପାରିରେ: ଆମେରିକା, ଆଫ୍ରିକା ଜାପାନ ବଂଚିଛନ୍ତି

ପାଟନା:ବିହାର ଚମ୍ପାରଣ ଜିଲ୍ଲାରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ ପ୍ରତ୍ୟେକ ଦିନ ୫ଟି ବଡ ଦେଶଙ୍କ ସମ୍ପର୍କରେ ଆଲୋଚନା ହୋଇଥାଏ । କିଛି ବୁଝିପାରିଲେ ବୋଧେ…. ଆସନ୍ତୁ ଜାଣିବା ଏ ସମ୍ପର୍କରେ । ଏହି ଗ୍ରାମରେ ଏକ ପରିବାରର ୫ ଭାଇଙ୍କ ନାମ ତାଙ୍କ ବାପା ରୁଷ, ଜର୍ମାନୀ, ଆମେରିକା, ଆଫ୍ରିକା ଓ ଜାପାନ ରଖିଥିଲେ । ଏମାନେ ସମସ୍ତେ ଜାମଦାର ଟୋଲାରେ ରହୁଛନ୍ତି । ଏମାନଙ୍କ ନାମ ପଛରେ କକା ଅକୁଲ ଶର୍ମାଙ୍କ ପ୍ରଭାବ ରହିଛି । ସେ ଭାରତୀୟ ସେନାରେ ଥିଲେ । ଘରକୁ ଯେତେବେଳେ ଆସନ୍ତି ଏହି ସବୁ ଦେଶ ବିଷୟରେ ଆଲୋଚନା କରିଥାନ୍ତି । ସେ ତାଙ୍କ ପୁତୁରାଙ୍କ ନାମ ଏ ଭଳି ରଖିବା ପାଇଁ ବାଧ୍ୟ କରିଥିଲେ । ଜର୍ମାନୀ ଶର୍ମା ଓ ରୁଷ ଶର୍ମାଙ୍କ ଇତି ମଧ୍ୟରେ ଦେହାନ୍ତ ହୋଇଯାଇଛି । ଅନ୍ୟ ୩ ଭାଇ ସୁସ୍ଥ ଅଛନ୍ତି ।

Comments are closed, but trackbacks and pingbacks are open.