Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ, ଟ୍ୟାକ୍ସ ଫାଙ୍କୁଛନ୍ତି ଐଶ୍ବର୍ଯ୍ୟା

ମୁମ୍ବାଇ:  ପୁଣି ଚର୍ଚ୍ଚାକୁ ଆସିଲେ ବଲିଉଡର ଚୁଲବୁଲି ଅଭିନେତ୍ରୀ । ଟ୍ୟାକ୍ସ ଦେଉ ନାହାନ୍ତି ବଚ୍ଚନ ପରିବାରର ବଧୁ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ଜମି କିଣିଛନ୍ତି, କର ଦେଉ ନାହାଁନ୍ତି  । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୨ ମାସର  ବକେୟା ଟ୍ୟାକ୍ସ ଦେଇ ନାହାଁନ୍ତି ଅଭିନେତ୍ରୀ  । ଯାହାକୁ ନେଇ  ଐଶ୍ବର୍ଯ୍ୟାଙ୍କ ଘରେ ତଦସିଲଦାରଙ୍କ ନୋଟିସ ପହଁଚିଛି ।  ନାଶିକ ତହସିଲଦାର ନୋଟିସ ଘରକୁ ପଠାଇଛନ୍ତି । ସୂଚନା ଅନୁଯାୟୀ ମହାରାଷ୍ଟ୍ରର ନାଶିକ ଅଞ୍ଚଳରେ ଐଶ୍ବର୍ଯ୍ୟାଙ୍କ ନାଁରେ ଏକ ଜମି ରହିଛି  ।

କିନ୍ତୁ ଦୀର୍ଘଦିନ ହେବ ଟିକସ ଦେଉନାହାଁନ୍ତି ବଚ୍ଚନ ପରିବାରର ବଧିୁ  । ଯାହା ପାଇଁ ପ୍ରଶାସନ ତାଙ୍କ ଦୁଆରକୁ ଯିବାକୁ ବାଧ୍ୟ ହୋଇଛି  । ଏହି ଜମିର ଟିକସ ବାବଦକୁ ୨୧ହଜାର ୯୬୦ ଟଙ୍କା ଭରିନାହାଁନ୍ତି ଅଭିନେତ୍ରୀ । ଯାହାଦ୍ବାରା ନାସିକ୍ ତହସିଲଦାର ତାଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି ।

କେବଳ ଐଶ୍ବର୍ଯ୍ୟାଙ୍କୁ ନୁହଁ ସେହି ଅଞ୍ଚଳରେ ୧୨ଶହ ଲୋକଙ୍କୁ ନୋଟିସ ପଠାଇଛି ପ୍ରଶାସନ  । ଯାହାଙ୍କ ଭିତରେ ଐଶ୍ବର୍ଯ୍ୟା ମଧ୍ୟ ସାମିଲ ଅଛନ୍ତି  । ତେବେ ମାର୍ଚ୍ଚ ମାସ ସୁଦ୍ଧା ଟିକସ ଭରିବାକୁ ନୋଟିସରେ ଉଲ୍ଲେଖ ରହିଛି  । ଯେହେତୁ ଆର୍ଥିକ ବର୍ଷ ଭାବେ ମାର୍ଚ୍ଚକୁ ଗଣନା କରାଯାଏ  । ତେଣୁ ଏହି ମାସରେ ସମସ୍ତ ଟିକସ ଫାଙ୍କୁଥିବା ଲୋକ ଅର୍ଥ ଦେବାକୁ ବାଧ୍ୟ  । ନହେଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସ୍ଥାନୀୟ ପ୍ରଶାସନ  ।

କେବଳ ଏତିକି ନୁହେଁ ପୂର୍ବରୁ ମଧ୍ୟ ଏଭଳି ମାମଲାରେ ଛନ୍ଦି ହୋଇଛନ୍ତି ପୂର୍ବତନ ମିସ ୱାର୍ଲଡ ଐଶ୍ବର୍ଯ୍ୟା  । ପାନାମା ପେପର ଲିକ୍ ମାମଲାରେ ଅଭିନେତ୍ରୀଙ୍କ ସମ୍ପୃକ୍ତି ଚର୍ଚ୍ଚା ଥମିନାହିଁ  । ଇଡିରେ ହାଜର ପାଇଁ ମିଳିଥିଲା ସମନ  । ଆଉ ଏବେ ପୁଣି ଟିକସ ଫାଙ୍କିବା ଅଭିଯୋଗରେ ମିଳିଛି ନୋଟିସ  । ତେବେ ଏଭଳି ପରିସ୍ଥିତି କୁ କିଭଳି ସାମ୍ନା କରୁଛନ୍ତି ପୂର୍ବତନ ମିସ ୱାର୍ଲଡ ତାହା ଉପରେ ସମସ୍ତଙ୍କ ନଜର ।

 

Comments are closed.