Latest Odisha News

BREAKING NEWS

ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା ତଥା ଅଭିନେତ୍ରୀ ଆଉ ନାହାନ୍ତି

ନୂଆଦିଲ୍ଲୀ: ଇଟାଲିଆନ ଅଭିନେତ୍ରୀ ଜିନା ଲୋଲୋବ୍ରିଗିଡା ଆଉ ନାହାନ୍ତି । ଇଟାଲିର ଏହି  ନାୟିକା ବିଶ୍ୱର ସବୁଠାରୁ ଆକର୍ଷଣୀୟ ସୁନ୍ଦରୀ ମହିଳା ଥିଲେ । ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି ।  ତାଙ୍କ ବିୟୋଗରେ ସାରା ବିଶ୍ୱରେ ଶୋକର ଛାୟା ଖେଳି ଯାଇଛି । ଏହି ଖବର ତାଙ୍କର ନାତି ଦେଇଛନ୍ତି ।

ଜିନା ଲୋଲୋବ୍ରିଗିଡା ଏବେ ଇଟାଲିର କୃଷିମନ୍ତ୍ରୀ ଅଛନ୍ତି । ବାର୍ଦ୍ଧକ୍ୟ ଜନିତ ରୋଗ କାରଣରୁ ତାଙ୍କୁ କିଛି ସମୟ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା  ।

ଜିନା ୧୯୨୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ବାପା ଜଣେ ଫର୍ଣ୍ଣିଚର ବ୍ୟବସାୟୀ ଥିଲେ । ଜିନାଙ୍କ ମୃତ୍ୟୁ ପରେ ଏବେ ତାଙ୍କର ପୁଅ ଏବଂ ନାତି ଅଛନ୍ତି । ୧୯୫୦ରୁ ୬୦ ଦଶକ ମଧ୍ୟରେ ଜିନା ଫିଲ୍ମରେ ନିଜର କ୍ୟାରିୟର ତିଆରି କରିଥିଲେ । ୧୯୪୬ ଦ ବ୍ଲାକ ଇଗଲ ଫିଲ୍ମରେ ସେ ଡେବ୍ୟୁ କରିଥିଲେ । ଯାହା ବି ହେଉ, ଏଇ ୧୦ ବର୍ଷ ଭିତରେ ସେ ଅଭିନୟ ଦୁନିଆରେ ନିଜର ସ୍ଥିତି ସୁଦୃଢ କରି ପାରିଥିଲେ ।

ଜିନା କେବଳ ଜଣେ ମଡେଲ ବା ଆକ୍ଟେସ ନୁହଁନ୍ତି ବରଂ ଜଣେ ଚତ୍ରକର, ଫଟୋ ଜର୍ଣ୍ଣାଲିଷ୍ଟ । ସେ ୟୁନିସେଫ ଏବଂ ଜାତିସଂଘ ପାଇଁ ବି କାମ କରିଛନ୍ତି ।

Leave A Reply

Your email address will not be published.