Latest Odisha News

BREAKING NEWS

କାନ୍ସ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ପିନ୍ଧିଥିବା ଡ଼୍ରେସକୁ ନେଇ ଚର୍ଚ୍ଚା

ମୁମ୍ବାଇ: କାନ୍ସ ଫେଷ୍ଟିଭାଲରେ ଅଭିନେତ୍ରୀମାନେ ନିଜ ନିଜ ଜଲୱା ଦେଖାଉଛନ୍ତି । ଏଥିରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବି ସାମିଲ ହୋଇଛନ୍ତି । ଆଉ ସେ ଯେଉଁଭଳି ପୋଷାକ ପିନ୍ଧି କାନ୍ସ ଫେଷ୍ଟିଭାଲରେ ଓହ୍ଲାଇଥିଲେ ତାହା ଲୋକଙ୍କୁ ପସନ୍ଦ ଆସି ନ ଥିବା ଜଣାଯାଇଛି ।

କାନ୍ସ ଫେଷ୍ଟିଭାଲର ତୃତୀୟ ଦିନରେ ଐଶ୍ୱର୍ଯ୍ୟା ଡିଜାରଇନର ଲେବଲ ସୋଫିଇ କୋଉଚରଙ୍କ ଦ୍ୱାରା ପ୍ରସ୍ତୁତ ସିଲଭର ଗାଉନ ପିନ୍ଧି ରେଡ କାର୍ପେଟରେ ପହଞ୍ଚିଥିଲେ । ତାଙ୍କର ଏହି ପୋଷାକକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପୋଷାକର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏଭଳି ପୋଷାକ ଅନେକ ପ୍ରଶଂସକଙ୍କୁ ପସନ୍ଦ ଆସିନାହିଁ । ଏହି ପୋଷାକକୁ ନେଇ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି କେହି ଫିଲ୍ମ କୋଇ ମିଲ ଗୟା’ରେ ଥିବା ଯାଦୁର ମା’ଙ୍କ ପରି ଦେଖାଯାଉଛନ୍ତି ବୋଲି ମତ ଦେଇଛନ୍ତି ।’

Leave A Reply

Your email address will not be published.