Latest Odisha News

ଫ୍ଲାଇଙ୍ଗ କିସ୍ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଫ୍ଲାଇଙ୍ଗ କିସ୍ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଲେ ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ପ୍ୟାରିସ୍‌ରେ ରବିବାର ଆୟୋଜିତ ପ୍ୟାରିସ୍ ଫ୍ୟାଶନ ୱିକ୍‌ରେ ଐଶ୍ୱର୍ଯ୍ୟା ସାମିଲ ହୋଇ ସମସ୍ତଙ୍କ ମନ ଜିଣିଛନ୍ତି । ଲ’ରିଅଲ୍‌ର ଭାରତୀୟ ଆମ୍ବାସାଡ଼ାର ହୋଇ ଐଶ୍ୱର୍ଯ୍ୟା ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି ।

ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୱାର୍ଲଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପରିବାର ସହ ପ୍ୟାରିସ୍‌ରେ ଅଛନ୍ତି । ସେଠାରେ ଆୟୋଜିତ ‘ପ୍ୟାରିସ୍ ଫ୍ୟାଶନ ୱିକ୍‌’ରେ ଭାଗ ନେଇ ରାମ୍ପରେ ଚାଲିଛନ୍ତି । ଏହାର ଅନେକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ଅଭିନେତ୍ରୀ ଏକ ଗୋଲଡ଼େନ୍ ରଙ୍ଗର ଗାଉନ ପିନ୍ଧି ରାମ୍ପରେ ଚାଲିଥିଲେ । ଏହି ଡ଼୍ରେସରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଐଶ୍ୱର୍ଯ୍ୟା ମଞ୍ଚରୁ ଫ୍ଲାଇଙ୍ଗ କିସ୍ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ଏହି କାର୍ଯ୍ୟକ୍ରମରେ କେବଳ ଐଶ୍ୱର୍ଯ୍ୟା ଭାଗ ନେଇ ନାହାନ୍ତି, ତାଙ୍କ ସହିତ ଅମିତାଭଙ୍କ ନାତୁଣୀ ନବ୍ୟା ନାବେଲି ନନ୍ଦା ମଧ୍ୟ ‘ପ୍ୟାରିସ୍ ଫ୍ୟାଶନ ୱିକ୍‌’ରେ ଡେବ୍ୟୁ କରିଛନ୍ତି । ଏନେଇ ନବ୍ୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ୟାରିସରୁ କିଛି ଫଟୋ ସେୟାର କରିଛନ୍ତି ।

Leave A Reply

Your email address will not be published.