Latest Odisha News

BREAKING NEWS

ଫିଲ୍ମ ‘ଦୃଶ୍ୟମ ୨’ ସହିପାରେ କ୍ଷତି ! ମୂଳ ଚଳଚ୍ଚିତ୍ରର ହିନ୍ଦୀ ଡବ୍ ପାଇଁ ଚାଲିଛି ଯୋଜନା

ମୁମ୍ବାଇ: ଅଜୟ ଦେବଗାନଙ୍କ ଫିଲ୍ମ ‘ଥ୍ୟାଙ୍କ୍ ଗଡ଼’ ପରେ ଏବେ ତାଙ୍କର ଅନ୍ୟ ଚଳଚ୍ଚିତ୍ର ପାଇଁ ବିପଦ ବଢବାରେ ଆଶଙ୍କା ରହିଛି। ଫିଲ୍ମ ‘ଥ୍ୟାଙ୍କ୍ ଗଡ଼’ ଗତ କିଛି ଦିନ ଧରି ବିବାଦ ଘେରରେ ରହିଆସିଛି। ଏହି ଚଳଚ୍ଚିତ୍ରଟି ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ କୋର୍ଟରେ ଫିଲ୍ମ ବିରୋଧରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଛି। ଏବେ ଫିଲ୍ମ ‘ଦୃଶ୍ୟମ ୨’ ପାଇଁ ମଧ୍ୟ ସମସ୍ୟା ଉପୁଜୁଥିବା ପରି ମନେ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଚଳଚ୍ଚିତ୍ର ଦୃଶ୍ୟମ ସାମ୍ନାରେ ମୂଳ ଫିଲ୍ମର ହିନ୍ଦୀରେ ଡବିଂ କରାଯାଇ ରିଲିଜ ହେଲେ ବିପଦ ହୋଇପାରେ ବୋଲି ଅନୁମାନ କରାଯାଉଛି।

କୁହଯାଉଛି ଯେ ଦୃଶ୍ୟମ ୨ ରିଲିଜ୍ ହେବାର ୧୫ ଦିନ ପୂର୍ବରୁ ନିର୍ମାତାମାନେ ମୂଳ ଚଳଚ୍ଚିତ୍ରକୁ ହିନ୍ଦୀରେ ଡବ୍ କରି ୟୁଟ୍ୟୁବରେ ମୁକ୍ତିଲାଭ କରିବେ। ଏହି ଖବର ଶୁଣିବା ପରେ ଅଜୟ ଦେବଗାନଙ୍କ ସମେତ ସମଗ୍ର ଦଳ ଆଶ୍ଚର୍ଯ୍ୟ ହେବେ। ତେବେ ଏପର୍ଯ୍ୟନ୍ତ ଏହି ଖବର ଉପରେ କୌଣସି ଅଫିସିଆଲ ଷ୍ଟେଟମେଣ୍ଟ ଆସିନାହିଁ। କିନ୍ତୁ ଯଦି ଏହା ସତ ପ୍ରମାଣିତ ହୁଏ ତେବେ ଦୃଶ୍ୟମ ୨ ର ନିର୍ମାତାମାନଙ୍କୁ ଅନେକ କ୍ଷତିର ସମ୍ମୁଖୀନ ହେବାକୁ ପଡିବ।

ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ତବୁ, ଇଶିତା ଦତ୍ତା, ମୃଣାଳ ଯାଦବ ଏବଂ ରଜିତ କପୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ନିର୍ଦ୍ଦେଶକ ଅଭିଷେକ ପଠକ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ଏହା ବ୍ୟତୀତ ଫିଲ୍ମରେ ଆଉ ଏକ ନୂଆ ଏଣ୍ଟ୍ରି ଆସିଛି। କାହାଣୀରେ ଏହା ଆହୁରୀ ଦର୍ଶାଯିବ ଯେ ଯେଉଁ ମାମଲା ବନ୍ଦ ହୋଇଥିଲା ତାହା ପୁଣି ଥରେ ଖୋଲାଯିବ। ଯାହାକୁ ଅକ୍ଷୟ ଖାନ୍ନା ଖୋଲିବେ। ସମାନ ନାମର ମୂଳ ମାଲାୟାଲମ୍ ଚଳଚ୍ଚିତ୍ର ହେଉଛି ଦୃଶ୍ୟମ ଏବଂ ଦୃଶ୍ୟମ ୨, ଯାହାର ରିମେକ୍ ହେଉଛି ଅଜୟଙ୍କ ଫିଲ୍ମ।

ସୂଚନା ଥାଉକି ଦୃଶ୍ୟମ ୨ ର ମାଲାୟାଲମ୍ ସିକ୍ୱେଲ୍ ଆମାଜନ ପ୍ରାଇମରେ ଉପଲବ୍ଧ। ଅଜୟଙ୍କ ଫିଲ୍ମ ନଭେମ୍ବର ୨୨ ତାରିଖରେ ପ୍ରେକ୍ଷାଳୟକୁ ଆସିବ। ଏହି ଚଳଚ୍ଚିତ୍ରର ପ୍ରଥମ ଭାଗ ନିଶିକାନ୍ତ କାମତଙ୍କ ଦ୍ୱାରା ୨୦୧୫ ରେ କରାଯାଇଥିଲା। ଯାହା ପରେ ସେ ୨୦୨୦ ରେ ମୃତ୍ୟୁ ବରଣ କରିଥିଲେ। ଏହି କାରଣରୁ ଅଭିଷେକ ପଠକ ଦୃଶ୍ୟମ ୨ ର ନିର୍ଦ୍ଦେଶ ଦେବା ଦାୟିତ୍ୱ ନେଇଛନ୍ତି। ହାଇଦ୍ରାବାଦରେ ଫିଲ୍ମର ସୁଟିଂ ଶେଷ ହୋଇଥିଲା। ବର୍ତ୍ତମାନ ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍ କାମ ଚାଲିଛି।

Leave A Reply

Your email address will not be published.