Latest Odisha News

BREAKING NEWS

ସ୍ୱରାଷ୍ଟ୍ର ସଚିବ ଭାବେ ଅଜୟ କୁମାର ଭଲ୍ଲା ନିଯୁକ୍ତ

ନୂଆଦିଲ୍ଲୀ: ୧୯୮୪ ବ୍ୟାଚର ଆସାମ-ମେଘାଳୟ କ୍ୟାଡରର ଆଇଏଏସ୍ ଅଧିକାରୀ ଅଜୟ କୁମାର ଭଲ୍ଲାଙ୍କୁ ନୂତନ ସ୍ୱରାଷ୍ଟ୍ର ସଚିବ ଭାବେ ଗୁରୁବାର ଦିନ ନିଯୁକ୍ତି ପ୍ରଦାନ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି (ଏସିସି) ୧୯୮୪ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଜୟ କୁମାର ଭଲ୍ଲାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ।

ଆହୁରି ମଧ୍ୟ ଶ୍ରୀ ଭଲ୍ଲା ଆଗାମୀ ୨ ବର୍ଷ ଲାଗି ତଥା ୨୦୨୧ ମସିହା ଅଗଷ୍ଟ ଯାଏଁ ଏହି ପଦବୀରେ ଅବସ୍ଥାପିତ ରହିବେ ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସେ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସଡି) ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ଶ୍ରୀ ଭଲ୍ଲା ନବନିଯୁକ୍ତ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ସ୍ଥାନରେ କାର୍ଯ୍ୟ କରିବେ ।

Leave A Reply

Your email address will not be published.