Latest Odisha News

BREAKING NEWS

ପ୍ରତିରକ୍ଷା ସଚିବ ହେଲେ ଅଜୟ କୁମାର

ଭୁବନେଶ୍ୱର: କେରଳ କ୍ୟାଡରର ୧୯୮୫ ବ୍ୟାଚର ଆଇଏଏସ ଅଧିକାରୀ ଡଃ ଅଜୟ କୁମାର ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ନିଯୁକ୍ତ ହୋଇଛନ୍ତି ।

କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) ଡଃ କୁମାରଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ପଶ୍ଚିମବଙ୍ଗର ୧୯୮୨ ବ୍ୟାଚ୍ ଅଫିସର ସଞ୍ଜୟ ମିତ୍ରଙ୍କ କାର୍ଯ୍ୟକାଳ ଅବଧି ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ଡଃ କୁମାରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ଏସିସି ମଧ୍ୟ ସ୍ୱତନ୍ତ୍ର ପ୍ରତିରକ୍ଷା ସଚିବ ସୁବାଷ ଚନ୍ଦ୍ରାଙ୍କୁ ପ୍ରତିରକ୍ଷା ଉତ୍ପାଦନ ସଚିବ ଭାବେ ନିଯୁକ୍ତ କରିଛନ୍ତି । ଅଜୟ କୁମାରଙ୍କ ସ୍ଥାନରେ ସେ ନିଯୁକ୍ତ ହେବେ ।

ଶ୍ରୀ ଚନ୍ଦ୍ରା ହେଉଛନ୍ତି କର୍ଣ୍ଣାଟକ କ୍ୟାଡରର ତଥା ୧୯୮୬ ବ୍ୟାଚର ଆଇଏଏସ ଅଧିକାରୀ ।

Leave A Reply

Your email address will not be published.