Latest Odisha News

BREAKING NEWS

ରାଜା ସୁହେଲଦେବ ଓ ଅକ୍ଷୟଙ୍କ ମଧ୍ୟରେ କ’ଣ ରହିଛି ସମ୍ପର୍କ ?

ମୁମ୍ବାଇ: ବଲିଉଡର ସବୁଠୁ ବ୍ୟସ୍ତ ସୁପରଷ୍ଟାର ଅକ୍ଷୟ କୁମାର । ପ୍ରତିବର୍ଷ ଏହି ଅଭିନେତାଙ୍କର ୪ରୁ ୫ଟି ଫିଲ୍ମ ରିଲିଜ ହୋଇଥାଏ । ନିକଟରେ ଫିଲ୍ମ ବେଲ୍ ବଟମ୍ ଓ ଅତରଙ୍ଗୀ ରେ ଫିଲ୍ମର ସୁଟିଂ ସାରିଥିଲେ । ତା ଛଡା ରାମ ସେତୁ, ରକ୍ଷାବନ୍ଧନ ଓ ପୃଥ୍ୱୀରାଜ ଭଳି ଫିଲ୍ମ ବି ତାଙ୍କ ହାତରେ ରହିଛି । ତେବେ ଶୁଣିବାକୁ ମିଳିଛି ଆଗାମୀ ଦିନରେ କୁଆଡେ ଅକ୍ଷୟ ରାଜା ସୁହେଲଦେବଙ୍କ ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିବେ ।

ମିଳିଥିବା ଖବର ଅନୁଯାୟୀ ମହାନ ଯୋଦ୍ଧା ରାଜା ସୁହେଲଦେବଙ୍କ ଉପରେ ଲିଖିତ ଅମିଷ ତ୍ରିପାଠୀଙ୍କ ବହି ଉପରେ ଫିଲ୍ମଟି ଆଧାରିତ ହେବ । ଅନେକ ହୁଏ ତ ଜାଣିନଥିବେ ଭାରତ ଇତିହାସରେ ତାନାଜୀଙ୍କ ଭଳି ରାଜା ସୁହେଲଦେବ ମଧ୍ୟ ଜଣେ ମହାନ ଯୋଦ୍ଧା ଥିଲେ । ଅକ୍ଷୟଙ୍କ ବନ୍ଧୁ ତଥା ପ୍ରଯୋଜକ ଅଶ୍ୱିନ ଭର୍ଦେ ରାଜା ସୁହେଲଦେବଙ୍କ ନୋଭେଲର କପିରାଇଟ୍ସ ହାସଲ କରିଛନ୍ତି । ଅନ୍ୟପଟେ ଏମିତି ବି ଶୁଣିବାକୁ ମିଳିଛି ଯେ, ଅକ୍ଷୟ କୁଆଡେ ଏହି ଫିଲ୍ମରେ ଅଭିନୟ କରିବା ଛଡା ସହ-ପ୍ରଯୋଜନା ବି କରିବେ ।

ରାଜା ସୁହେଲଦେବଙ୍କ ଉପରେ ନିର୍ମିତ ହେବାକୁ ଥିବାର ଫିଲ୍ମର ବଜେଟ୍ ବେଶ ଅଧିକ ଥିବା ଜଣାପଡିଛି । ଏଥିପାଇଁ ପ୍ରଯୋଜକ ଅଶ୍ୱିନ ଗ୍ରାଫିକ୍ସ ନୁହେଁ ବରଂ ରିୟଲ ସେଟର ବ୍ୟବହାର କରିବେ । ତା ଛଡା ଆକ୍ସନ ସିନ୍ ପାଇଁ ବିଦେଶରୁ ଷ୍ଟଣ୍ଟ ଡାଇରେକ୍ଟର ଓ କୋରିଓଗ୍ରାଫରଙ୍କୁ ମଧ୍ୟ ଡାକରା ମିଳିସାରିଛି । ଖାସ କରି ଭାରତରେ ଏହି ଫିଲ୍ମଗୁଡିକ ଇନଡୋର ଲୋକେସନରେ ସୁଟ୍ ହେବ ।

Leave A Reply

Your email address will not be published.