Latest Odisha News

BREAKING NEWS

ଅକ୍ଷୟ କୁମାର ଫିଲ୍ମ ଲକ୍ଷ୍ମୀବମ୍ବ୍‌ କୁ‌ ନେଇ ବଢ଼ୁଛି ଅଡୁଆ; ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ବଏକଟ୍‌ ଲକ୍ଷ୍ମୀବମ୍ବ୍

ମୁମ୍ବାଇ: ଏହି ସମୟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍ବ୍‌’ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି। ଫିଲ୍ମର ଟିଜର୍‌ଠାରୁ ଆରମ୍ଭ କରି ଅକ୍ଷୟଙ୍କ ଲୁକ୍‌ ପର୍ଯ୍ୟନ୍ତ ସବୁକିଛି ବେଶ୍‌ ପସନ୍ଦ କରାଯାଉଛି।

ବର୍ତ୍ତମାନ ଫିଲ୍ମ ରିଲିଜ୍‌ ପାଇଁ ମାତ୍ର ଗୋଟିଏ ମାସ ବାକି ଥିବା ବେଳେ ଅକ୍ଷୟ କୁମାରଙ୍କୁ ବିଭିନ୍ନ ଅସୁବିଧାର ସାମ୍‌ନା କରିବାକୁ ପଡ଼ୁଛି।

ନିକଟରେ ଅକ୍ଷୟ ଏକ ଭିଡିଓ ସେୟାର୍ କରି ଡ୍ରଗ୍ସ ମାମଲା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ସମଗ୍ର ବଲିଉଡ୍‌ ଜଗତକୁ ସମାନ ଦୃଷ୍ଟିକୋଣରୁ ଦେଖିବା ଭୁଲ୍‌ ହେବ। ସମସ୍ତେ ଡ୍ରଗ୍‌ସ ନିଅନ୍ତି ନାହିଁ। ସମସ୍ତେ ଭୁଲ୍ କାମ ବି କରନ୍ତିନି’।

ତେବେ ଅକ୍ଷୟଙ୍କ ସେହି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକେ ଏହାକୁ ନେଇ କ୍ରୋଧ ପ୍ରଦର୍ଶନ କରିଛନ୍ତି। ଲୋକଙ୍କ କହିବା ଅନୁସାରେ ଅକ୍ଷୟ କେବଳ ବଲିଉଡ୍‌କୁ ପ୍ରଶଂସା କରୁ ନାହାନ୍ତି ବରଂ ଭୁଲ୍‌କୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି।

ସୋସିଆଲ୍‌ ମିଡିଆରେ ଅକ୍ଷୟଙ୍କୁ ଟାର୍ଗେଟ୍‌ କରାଯାଉଥିବା ଏଭଳି ଅନେକ ଟୁଇଟ୍ ସାମ୍‌ନାକୁ ଆସିଛି। ଏହାସହିତ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ଲକ୍ଷ୍ମୀ ବମ୍ବ୍ କୁ ମଧ୍ୟ ବଏକଟ୍‌ କରିବା ପ୍ରସଙ୍ଗ ନେଇ ଦାବି କରାଯାଉଛି।

Leave A Reply

Your email address will not be published.