Latest Odisha News

BREAKING NEWS

ପବଜିର ବିକଳ୍ପ ଫୌଜି!

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ନିକଟରେ ୧୧୮ଟି ଚୀନ୍ ଆପକୁ ବ୍ୟାନ୍ କରାଯାଇ ପଡୋଶୀ ଦେଶ ଉପରେ ଏକପ୍ରକାର ଡିଜିଟାଲ୍ ଷ୍ଟାଇକ୍ କରାଯାଇଛି । ଯେଉଁଥିରେ ରହିଥିଲା ଲୋକପ୍ରିୟ ଗେମିଂ ଆପ୍ ପବଜି ।

BjdElectrycity

ପବଜି ଆପକୁ ବ୍ୟାନ କରାଯିବା ପରେ ଶୁକ୍ରବାର ଦିନ ବଲିଉଡ ଅଭିନେତା ଅକ୍ଷୟ କୁମାର ଏକ ବଡ ଘୋଷଣା କରିଛନ୍ତି । ସେ ଖୁବ୍ ଶୀଘ୍ର ଏହାର ବିକଳ୍ପ ତଥା ଗେମିଂ ଆପ୍ FAU:G (Fearless And United: Guards) ଲଞ୍ଚ କରିବେ ବୋଲି ଜଣାପଡିଛି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଏହି ଆପ୍ ଅକ୍ଷୟ କୁମାରଙ୍କ ମେଣ୍ଟରସିପରେ ପ୍ରସ୍ତୁତ ହେଉଥିବା ବେଳେ ଏହା ଏକ ମଲ୍ଟିପ୍ଲେୟର ଆକ୍ସନ ଗେମ୍ ହେବ । ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହେବ ଏବଂ ଏଥିରୁ ହେବାକୁ ଥିବା ଆୟର ୨୦ ପ୍ରତିଶତ ‘ଭାରତର ବୀର ଟ୍ରଷ୍ଟ’କୁ ଯିବ ।

ଏହି ଗେମକୁ ଅକ୍ଟୋବର ମାସରେ ଲଞ୍ଚ କରିବା ପାଇଁ ପ୍ରସ୍ତୁତି କରାଯାଉଛି । ଯାହା ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ ବୋଲି ଅକ୍ଷୟ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ‘ଭାରତର ବୀର ଟ୍ରଷ୍ଟ’ ଭାରତୀୟ ବୀର ଯବାନଙ୍କୁ ସହଯୋଗ କରିଥାଏ ।

Leave A Reply

Your email address will not be published.