Latest Odisha News

BREAKING NEWS

ଅକ୍ଷୟଙ୍କ ଚାରିଧାମ ଯାତ୍ରା: କେଦାରନାଥ ପରେ ବଦ୍ରିନାଥରେ ପୂଜାର୍ଚ୍ଚନା କଲେ

ମୁମ୍ବାଇ: ବଲିଉଡର ଖିଲାଡ଼ି ତଥା ଅଭିନେତା ଅକ୍ଷୟ କୁମାରଙ୍କ ଚାରିଧାମ ଯାତ୍ରା ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ତଳେ କେଦାରନାଥ ଦର୍ଶନ କରିଥିବା ବେଳେ ରବିବାର ବଦ୍ରିନାଥ ମନ୍ଦିରରେ ପହଞ୍ଚିଛନ୍ତି । ଅକ୍ଷୟ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମୁଣ୍ଡିଆ ମାରି ଭଗବାନ ଶିବଙ୍କ ଆଶୀର୍ବାଦ ନେଇଥିଲେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ରବିବାର ଅକ୍ଷୟ ତାଙ୍କ ବଡ଼ିଗାର୍ଡ଼ଙ୍କ ସହିତ ବଦ୍ରିନାଥ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ବ୍ରାହ୍ମଣ ତାଙ୍କ କପାଳରେ ତିଳକ ଲଗାଇ ଦେଇଥିଲେ । ପରେ ସେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ବାହାରକୁ ଆସି ହାତ ଯୋଡ଼ି ପ୍ରଶଂସକଙ୍କୁ ନମସ୍କାର କରିଥିଲେ । ଏଥିସହ ପ୍ରଶଂସକମାନେ ମଧ୍ୟ ତାଙ୍କ ସହ ସେଲଫି ନେବାକୁ ମଧ୍ୟ ଭିଡ଼ ଜମାଇଥିଲେ । ଏହି ସମୟରେ ଅକ୍ଷୟ ଏକ କଳା ରଙ୍ଗର ଟି-ସାର୍ଟ ଓ କଳାପ୍ୟା ପିନ୍ଧିଥିବାର ନଜର ଆସିଛନ୍ତି ।

କିଛିଦିନ ତଳେ ଅକ୍ଷୟ ଉତ୍ତରାଖଣ୍ଡର ବାବା କେଦାରନାଥଙ୍କ ମନ୍ଦିର ପରିଦର୍ଶନ କରିଥିଲେ । ଅକ୍ଷୟ ଏବେ ଚାରିଧାମ ଯାତ୍ରା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.