Latest Odisha News

BREAKING NEWS

ହାପି ବାର୍ଥ ଡେ’ ଟ୍ୱିଙ୍କଲ , ଅକ୍ଷୟଙ୍କ ସହ ମାଳଦୀପରେ ଚାଲିଛି ସ୍ପେଶାଲ ସେଲିବ୍ରେସନ

ମୁମ୍ବାଇ : ଆଜି ବଲିଉଡ ଆକ୍ଟ୍ରିସ୍ ଟ୍ୱିଙ୍କଲ ଖାନ୍ନାଙ୍କ ବର୍ଥ ଡେ । ୪୮ ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି ଟ୍ୱିଙ୍କଲ ଖାନ୍ନା । ଏନେଇ ବଲିଉଡ ଜଗତରୁ ଟ୍ୱିଙ୍କଲଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଥର ବର୍ଥ ଡେ କୁ ଟ୍ୱିଙ୍କଲ ହବି ଅକ୍ଷୟ କୁମାରଙ୍କ ସହ ସେଲିବ୍ରେସନ କରୁଛନ୍ତି ।

BjdElectrycity

ଅକ୍ଷୟ ନିଜ ଇଷ୍ଟାଗ୍ରାମ ପେଜରେ ଟ୍ୱିଙ୍କଲ ବର୍ଥ ଡେ ପାଇଁ ଫଟୋ ପୋଷ୍ଟ କରି ଢେର ସାରା ଶୁଭେଚ୍ଛା ଜଣାଇଛନ୍ତି ପତ୍ନୀ ଟ୍ୱିଙ୍କଲଙ୍କୁ । ଏହି ସେଲିବ୍ରେଟି କପୁଲ  ହଲିଡେ ଟ୍ରିପରେ ଯାଇ ଏନଜୟେ କରୁଥିବା ନଜର ଆସିଥିଲେ ।ଏହି ସୁନ୍ଦର ଫଟୋଟି ସେୟାର କରି ଅକ୍ଷୟ ଲେଖିଛନ୍ତି ମୋ ତରଫରୁ ମୁଁ ପତ୍ନୀ ଟ୍ୱିଙ୍କଲଙ୍କୁ ଶୁଭେଚ୍ଛା ଜଣାଇଛି ।

ସୂଚନା ଅନୁସାରେ ଏହି କପୁଲ ନ୍ୟୁଇଅର ଓ ବର୍ଥ ଡେ ସେଲିବ୍ରେସନ ପାଇଁ ମାଳଦୀପ ଯାଇଛନ୍ତି । ପତ୍ନୀଙ୍କ ସହ କ୍ୱାଲିଟି ଟାଇମ ବିତାଉଛନ୍ତି ଅକ୍ଷୟ।

Leave A Reply

Your email address will not be published.