Latest Odisha News

BREAKING NEWS

ପବିତ୍ର ଅକ୍ଷୟ ତୃତୀୟା: ଅଖି ମୁଠି ଅନୁକୂଳ କଲା ଚାଷୀ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟ । ଚାଷୀ ଭାଇଙ୍କ ପାଇଁ ଏକ ବଡ଼ ଦିନ । ଆଜିର ଦିନରେ ଚାଷ ଅନୁକୂଳ କରିଥାଏ ଚଷା ପୁଅ । ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଅଖି ମୁଠି ଅନୁକୂଳ । ସକାଳୁ ସକାଳୁ ଗାଧୋଇ ନୂଆ ବସ୍ତ୍ର ପିନ୍ଧି ଧାନ ନେଇ ଚାଷ ଜମିକୁ ଯାଇ ଥାଆନ୍ତି ଚାଷୀ ଭାଇ । ବିଲ ମୁଣ୍ଡରେ ଧରିତ୍ରୀ ମାତାଙ୍କୁ ପୂଜାର୍ଚ୍ଚନା କରି ଚାଷ ଅନୁକୁଳ କରିଛନ୍ତି । ଜମିରେ ଧାନ ବୁଣି ଚାଷ କାମ ଆରମ୍ଭ କରିଛନ୍ତି ।

ପୂଜାର୍ଚ୍ଚନା ପରେ ଏବର୍ଷ ଚାଷ ଭଲ ହେଉ ବୋଲି ଧରିତ୍ରୀ ମାତାଙ୍କୁ କହିଥାଏ ଚାଷୀ । ବିଶ୍ୱାସ ରହି ଆସିଛି ଏହି ଦିନ ନିଜ ଚାଷ ଜମିରେ ପୂଜା କରିବା ସହ ବିହନ ମୁଠାଏ ବୁଣିଲେ ଚାଷ ଭଲ ହୋଇଥାଏ । କାହିଁ କେଉଁ ଆବାହନ କାଳରୁ ଏହି ପରମ୍ପରା ରହିଆସିଛି । ଯାହାକୁ ବିଶ୍ୱାସ କରି ପବିତ୍ର ଅକ୍ଷୟ ତୃତୀୟାରେ ଜମିରେ ଧାଣ ବୁଣି ଚାଷ କାମକୁ ବଢ଼ାଇ ଥାଏ ଚଷା ପୁଅ ।

Leave A Reply

Your email address will not be published.