Latest Odisha News

ପ୍ରିୟଙ୍କା-ଅକ୍ସଦୀପଙ୍କୁ ପ୍ୟାରିସ ଅଲିମ୍ପିକ୍‌ ଟିକେଟ୍

ନୂଆଦିଲ୍ଲୀ: ୨୦୨୪ ଏପ୍ରିଲ ୨୧  ରବିବାର ଦିନ ତୁର୍କୀର ଆଣ୍ଟାଲିଆରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ରେସ୍ ୱାକିଂ ଟିମ୍ ଚାମ୍ପିଅନସିପରେ ଭାରତର ପ୍ରିୟଙ୍କା ଗୋସ୍ୱାମୀ ଓ ଅକ୍ସଦୀପ ସିଂହ ୧୮ ତମ ସ୍ଥାନ ହାସଲ କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଇଭେଣ୍ଟରେ ଶ୍ରେଷ୍ଠ-୨୨ ଯୋଡ଼ିଙ୍କୁ କୋଟା ସ୍ଥାନ ପ୍ରଦାନ କରାଯାଇଥିଲା । ଭାରତୀୟ ଯୋଡି ପ୍ରିୟଙ୍କା-ଅକ୍ସଦୀପ ୪୨.୧୯୫ କିଲୋମିଟର କୁ ୩:୦୫.୦୩ ସେକେଣ୍ଡରେ ଅତିକ୍ରମ କରିଥିଲେ ।

ସେହିପରି ଅନ୍ୟ ଭାରତୀୟ ଯୋଡ଼ି ମୁନିତା ପ୍ରଜାପତି ଓ ପରମଜୀତ ସିଂହ ୩୫ତମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଏହି ଇଭେଣ୍ଟକୁ ଫ୍ରାନ୍ସସିକୋ  ଫର୍ଚୁନାଟୋ ଏବଂ ଭାଲେଣ୍ଟିନା ଟ୍ରାପଲେଟିଙ୍କ ଦ୍ୱାରା ପ୍ରତିନିଧିତ୍ବ ହୋଇଥିବା ଇଟାଲୀ ଦଳ ଜିତିଥିଲେ, ଯିଏକି ୨:୫୬:୪୫ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପୂର୍ବରୁ ପ୍ରିୟଙ୍କା ଓ ଅକ୍ସଦୀପ ବ୍ୟକ୍ତିଗତ ବର୍ଗ (୨୦କି.ମି. ଚାଲି)ରେ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି ।

Leave A Reply

Your email address will not be published.