Latest Odisha News

BREAKING NEWS

ରଣବୀର ସୋସିଆଲ ମିଡିଆ ବିରୋଧରେ ଆଣିଲେ ସଂଙ୍ଗୀନ ଅଭିଯୋଗ

ମୁମ୍ବାଇ: ଅଭିନେତା ରଣବୀର ସିଂ ଆଣିଲେ  ଅଭିଯୋଗ । ଏଆଇ ଦ୍ୱାରା ନିର୍ମିତ ଭିଡିଓ ଭାଇରାଲ ହେବା ପରେ ବଲିଉର ଷ୍ଟାର ରଣବୀର ସିଂ ମୁମ୍ବାଇ ପୋଲିସର ଦ୍ବାରସ୍ତ ହୋଇଛନ୍ତି। ଡିପ୍ ଫେକ୍ ଭିଡିଓର ଶିକାର ହୋଇଥିବା ରଣବୀର ସିଂ ମୁମ୍ବାଇ ପୋଲିସର ସାଇବର କ୍ରାଇମ ସେଲ ନିକଟରେ ଅଭିଯୋଗ କରିଛନ୍ତି । ରଣବୀରଙ୍କ ଏଆଇ ଦ୍ୱାରା ନିର୍ମିତ ଏକ ଭିଡିଓ ସୋସିଆଲ ମିଡିଆ ରେ  ଭାଇରାଲ  ହୋଇଥିଲା । ଯେଉଁଥିରେ ସେ ଏକ ରାଜନୈତିକ ଦଳକୁ ସମର୍ଥନ କରୁଥିବାର ନଜର ଆସିଥିଲେ ଏବଂ ଭିଡିଓରେ ଅଭିନେତାଙ୍କ ଅଡିଓକୁ ଏଆଇ ସହାୟତାରେ ବଦଳା ଯାଇଥିଲା ।

ଯାହାକୁ ନେଇ ରଣବୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ରଣଭୀରଙ୍କ ମୁଖପାତ୍ର କହିଛନ୍ତି ଆମେ ପୋଲିସରେ ଅଭିଯୋଗ ଦାଖଲ କରିଛୁ ଏବଂ ଏଆଇ ଦ୍ୱାରା ନିର୍ମିତ ଭିଡିଓକୁ ପ୍ରୋତ୍ସାହିତ କରୁଥିବା ସୋସିଆଲ ମିଡିଆ ବିରୋଧରେ ମଧ୍ୟ ଏଫ୍ଆଇଆର୍ ଦାଖଲ କରିଛୁ । ଏହି ଖବର ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । କେବଳ ରଣବୀର  ନୁହଁନ୍ତି ଅନେକ ଅଭିନେତା ଅଭିନେତ୍ରୀ ଡିପ୍ ଫେକ୍ ଭିଡିଓର ଶିକାର ହୋଇଛନ୍ତି । ତେବେ ନିକଟରେ ବଲିଉର ଆମୀର ଖାନ୍ ମଧ୍ୟ ଡିପ୍ ଫେକ୍ ଭିଡିଓର ଶିକାର ହୋଇଥିଲେ। ।

Leave A Reply

Your email address will not be published.