Latest Odisha News

BREAKING NEWS

ରେକର୍ଡ ଭାଙ୍ଗିଲା ଭୁବନେଶ୍ଵର, ୪୩ ଡିଗ୍ରୀ ତାପମାତ୍ରା ସହ ପାଲଟିଲା ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ । ରାଜ୍ୟରେ ଜାରି ରହିଛି ଅସମ୍ଭାଳ ତାତି । ଅଗ୍ନିବର୍ଷୀ ଖରାରେ ସମଗ୍ର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଖରାର କର୍ଫ୍ୟୁ। ଦିନ ୧୧ରୁ ତାପମାତ୍ରା ୪୦ ଡିଗ୍ରୀ ଡେଉଁଛି। ତେବେ ସବୁଦିନ ଠାରୁ ଆଜି ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ଵର । ୪୩ ଡିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତପ୍ତ ସହର ପାଲଟିଛି ଭୁବନେଶ୍ଵର ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ବାଲେଶ୍ୱରରେ ୪୦.୭, ଚାନ୍ଦବାଲିରେ ୪୦.୪, କେନ୍ଦୁଝରରେ ୩୮, ଗୋପାଳପୁରରେ ୩୭, ସମ୍ବଲପୁରରେ ୩୬.୬, ଝାରସୁଗୁଡ଼ାରେ ୩୬.୨, ପାରାଦୀପରେ ୩୫.୪, ପୁରୀରେ ୩୫, ହୀରାକୁଦରେ ୩୪.୮ ଏବଂ ରାଉରକେଲାରେ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.